Get Updates
Get notified of breaking news, exclusive insights, and must-see stories!

ଦୀର୍ଘ ଦିନର ପ୍ରତୀକ୍ଷାର ହେବ ଅବସାନ, ମହାକାଶରୁ ଫେରିବେ ସୁନୀତା

ମହାକାଶରେ ଫସି ରହିଥିବା ମହାକାଶଚାରିଣୀ ସୁନୀତା ଓ୍ବିଲିୟମ୍ସ ଓ ବଚ ଓ୍ବିଲମୋରଙ୍କୁ ଆଣିବା ଲାଗି ଆଜିଠାରୁ ଆରମ୍ଭ ହେବ ପ୍ରକ୍ରିୟା । ଆଜି ଆନ୍ତର୍ଜାତିକ ମହାକାଶ ଷ୍ଟେସନ ଅଭିମୁଖେ ବାହାରିବ ଏଲନ ମସ୍କଙ୍କ ସ୍ପେସ ଏକ୍ସ ଡ୍ରାଗନ । ଗତବର୍ଷ ଜୁନ ୫ରେ ଫ୍ଲୋରିଡାରୁ ବୋଇଂ ଷ୍ଟାରଲାଇନରକୁ ଉତକ୍ଷେପଣ କରାଯାଇଥିଲା । ମାତ୍ର ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁଇ ମହାକାଶଚାରୀଙ୍କୁ ଫେରାଇ ଅଣାଯାଇପାରୁନାହିଁ । ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ମିସନ ଆରମ୍ଭ ହେବ ।

ଗତ ୮ ତାରିଖରେ 'କ୍ରୁ-୯'ର ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ନାସା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଘୋଷଣା କରିଥିଲା, ଯେଉଁଥିରେ ମହାକାଶଚାରୀ ୱିଲିୟମ୍ସ, ୱିଲ୍ମୋର, ନିକ୍ ହେଗ ଏବଂ ଆଲେକ୍ସାଣ୍ଡର ଗୋରବୁନୋଭ ସଦସ୍ୟ ଅଛନ୍ତି। ଆଇଏସଏସରେ 'କ୍ରୁ-୧୦'ର ଆଗମନ ପର୍ଯ୍ୟନ୍ତ ସେମାନେ ପୃଥିବୀକୁ ଫେରିବେ ନାହିଁ । 'କ୍ରୁ-୧୦' ମାର୍ଚ୍ଚ ୧୨ ତାରିଖ ଭାରତୀୟ ସମୟ ସଂଧ୍ୟା ୫ଟା ୧୮ ମିନିଟରେ ଉଡ଼ାଣ ଭରିବ ଏବଂ 'କ୍ରୁ-୯' ମାର୍ଚ୍ଚ ୧୬ରେ ଉଡ଼ାଣ କରିବ।

ନାସାର ଜଣେ ମୁଖପାତ୍ର କହିଛନ୍ତି, ମାର୍ଚ୍ଚ ୧୨ରେ 'କ୍ରୁ-୧୦'ର ଉତକ୍ଷେପଣ ପାଇଁ 'କ୍ରୁ-୯' ମାର୍ଚ୍ଚ ୧୬ରେ ଉଡ଼ାଣ ଭରିବ। ଏଭଳି ସମନ୍ୱିତ ସମୟ ଦ୍ୱାରା ଆଇଏସଏସରେ ମହାକାଶଚାରୀମାନଙ୍କୁ ସୁରୁଖୁରୁରେ ସ୍ଥାନାନ୍ତର କରାଯାଇପାରିବ ଏବଂ ମହାକାଶ ଷ୍ଟେସନରେ କରାଯାଉଥିବା ଅପରେସନରେ ନିରନ୍ତରତା ବଜାୟ ରଖାଯାଇପାରିବ।

Sunita Williams

ସୁନିତା ୱିଲିୟମ୍ସ ଏବଂ ବ୍ୟାରି ୱିଲମୋରଙ୍କୁ ପ୍ରଥମେ ଆଇଏସଏସରେ ୧୦ ଦିନିଆ ମିଶନ ଦିଆଯାଇଥିଲା। ତେବେ ମହାକାଶଯାନରେ ଗୁରୁତର ବୈଷୟିକ ତ୍ରୁଟି କାରଣରୁ ଏହି ଅଭିଯାନର ସମୟସୀମାକୁ ବଢ଼ାଇ ଦିଆଯାଇଥିଲା। ଦୀର୍ଘକାଳୀନ ଅଭିଯାନ ଆହ୍ୱାନପୂର୍ଣ୍ଣ ଥିଲା କିନ୍ତୁ ମହାକାଶରେ ମୂଲ୍ୟବାନ ବୈଜ୍ଞାନିକ ଗବେଷଣା ଏବଂ ପର୍ଯ୍ୟବେକ୍ଷଣ ମଧ୍ୟ ହାସଲ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+