ଭାରତ ବିରୋଧୀ ନୀତି ପାଇଁ ସ୍ବର୍ଣ୍ଣ ପଦକ ପାଇବେ ନକ୍ଭି
ଏସିଆ କପ୍ ଫାଇନାଲରେ ଜିତିବା ପରେ ଭାରତୀୟ ଖେଳାଳି ଜିଦ୍ ଧରିଥିଲେ ଯେ ପାକିସ୍ତାନ ସରକାରରେ ମନ୍ତ୍ରୀ ଥିବା ଏସୀୟ କ୍ରିକେଟ୍ ପରିଷଦ (ଏସିସି) ଅଧ୍ୟକ୍ଷ ମୋହ୍ସନ ନକ୍ଭିଙ୍କଠାରୁ ସେମାନେ ଟ୍ରଫି ଗ୍ରହଣ କରିବେ ନାହିଁ। ପରେ ନକ୍ଭି ଟ୍ରଫି ଧରି ତାଙ୍କ ହୋଟେଲ ରୁମ୍କୁ ଚାଲି ଯାଇଥିଲେ। ତାଙ୍କର ଏହି ନୀତି ପାଇଁ ନକ୍ଭିଙ୍କୁ ସ୍ବତନ୍ତ୍ର ସ୍ବର୍ଣ୍ଣପଦକ ପ୍ରଦାନ କରାଯିବ। କରାଚିରେ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନକ୍ଭିଙ୍କୁ ସହିଦ୍ ଜୁଲ୍ଫିକର ଅଲୀ ଭୁଟ୍ଟୋ ସ୍ବର୍ଣ୍ଣପଦକ ପ୍ରଦାନ କରାଯିବ। ପିପିପି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦାରି ଉତ୍ସବରେ ମୁଖ୍ୟ ଅତିଥି ହେବେ।

ନକ୍ଭି କହିଛନ୍ତି ଯେ ଭାରତୀୟ ଦଳ ଦୁବାଇ ସ୍ଥିତ ଏସିସି କାର୍ଯ୍ୟାଳୟକୁ ଆସି ତାଙ୍କଠାରୁ ହିଁ ଟ୍ରଫି ଗ୍ରହଣ କରିପାରିବେ। ସେ ନିଜେ ଟ୍ରଫି ପ୍ରଦାନ କରିବେ ବୋଲି ନକ୍ଭି ଜିଦ୍ ଧରିଛନ୍ତି। ବିସିସିଆଇକୁ ସେ କ୍ଷମା ମାଗିଛନ୍ତି ବୋଲି ଭାରତ ଯେଉଁ ଦାବିକରୁଛି; ତାହା ମିଥ୍ୟା ବୋଲି ନକ୍ଭି କହିଛନ୍ତି। ସେ କୌଣସି ତ୍ରୁଟି କରିନାହାନ୍ତି; ବରଂ ଭାରତ ତାଙ୍କୁ ଅପମାନିତ କରିଛି ବୋଲି ନକ୍ଭି ଦାବି କହିଛନ୍ତି।












Click it and Unblock the Notifications