୧୮ ଘଣ୍ଟା ପରେ ତାଇୱାନ ଛାଡିଲେ ଆମେରିକୀୟ ସଂସଦର ବାଚସ୍ପତି ନାନସୀ ପେଲୋସି

Nancy Pelosi Taiwan Visit Update :୧୮ ଘଣ୍ଟା ପରେ ତାଇୱାନ ଛାଡିଲେ ଆମେରିକୀୟ ସଂସଦର ବାଚସ୍ପତି ନାନସୀ ପେଲୋସି

ତାଇପେଇ: ଚୀନର ବିରୋଧ ସତ୍ତ୍ବେ ଆମେରିକୀୟ ସଂସଦର ବାଚସ୍ପତି ନାନସୀ ପେଲୋସି ତାଇୱାନର ରାଜଧାନୀ ତାଇପେଇରେ ପହଞ୍ଚିଥିଲେ । ନିଜ କାର୍ଯ୍ୟ ସମାପ୍ତ କରି ସାଉଥ କୋରିଆ ଅଭିମୁଖେ ଯାତ୍ରା ଆରମ୍ଭ କଲେ ନାନସୀ ପେଲୋସି । ୧୮ ଘଣ୍ଟା ପରେ ତାଇୱାନ ଛାଡିଲେ ନାନସୀ । ଅନେକ ବିବାଦ ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପେଲୋସି । ତାଇପେଇରେ ତାଇୱାନରାଷ୍ଟ୍ରପତି ଟ୍ସାଇ ଇଙ୍ଗ-ୱେନଙ୍କୁ ଭେଟିବା ପରେ ସେ ଯାତ୍ରା ଆରମ୍ଭ କରିଥିଲେ । ସେପଟେ ଏସିଆ ଆକାଶ ମାର୍ଗରେ ତାଇୱାନ ନିକଟବର୍ତ୍ତି ଅଞ୍ଚଳକୁ ନ ଆସିବା ପାଇଁ ଏୟାରଲାଇନ୍ସ କମ୍ପାନୀକୁ ଚେତାବନୀ ଦେଇଛି ଚୀନ୍ । ଆକାଶମାର୍ଗରେ ଏବେ ବି ତାଇୱାନକୁ ଘେରି ରହିଛି ଚୀନ୍ ।

nancy pelosi

ଚାଇନା ତାଇୱାନ୍‌କୁ ନିଜ ଅଂଶ ବୋଲି କହିଆସୁଛି । ନାନସୀ ତାଇୱାନ୍‌ରେ ପହଞ୍ଚିବାର କିଛି ମିନିଟ୍‌ ପରେ ହିଁ ଚୀନ୍ ତାଇୱାନ୍‌କୁ ଘେରି ଲାଇଭ୍‌ ଫାୟର ସମରାଭ୍ୟାସର କରିବାକୁ ଘୋଷଣା କରିବା ସହ ତାଇୱାନ ଉପରେ ଆର୍ଥିକ ପ୍ରତିବନ୍ଧକ ମଧ୍ୟ ଲଗାଇଥିବା ସୂଚନା ରହିଛି। ଅନ୍ୟପଟେ ତାଇୱାନ୍‌ ମଧ୍ୟ ସୈନ୍ୟ ଶକ୍ତି ପ୍ରଦର୍ଶନର ଏକ ଭିଡିଓ ଜାରି କରିଛି।

2

ଆମେରିକା ଲୋକତନ୍ତ୍ର ଆଳରେ ଚୀନର ଅଖଣ୍ଡତା ଓ ସାର୍ବଭୌମତ୍ୟକୁ ଉଲ୍ଲଙ୍ଘନ କରୁଛି। ଚାଇନାକୁ ଯିଏ ଆଘାତ ଦେବା ପାଇଁ ଚେଷ୍ଟା କରିବ ତାକୁ ନିଶ୍ଚିତ ରୂପେ ଦଣ୍ଡ ଦିଆଯିବ ବୋଲି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇ କହିଛନ୍ତି । ସେହିପରି ଚାଇନାକୁ ସମର୍ଥନ କରି ରୁଷର ବୈଦେଶିକ ମନ୍ତ୍ରୀ ଲାଭରୋଭ କହିଛନ୍ତି ଯେ ପେଲୋସିଙ୍କ ତାଇୱାନ ଗସ୍ତ ଚୀନକୁ ବିରକ୍ତ କରିବା ପାଇଁ ଆମେରିକାର ଏକ ସୁଚିନ୍ତିତ ପ୍ରୟାସ । ତେବେ କଡା ସୁରକ୍ଷା ମଧ୍ୟରେ ତାଇଓ୍ବାନର ରାଷ୍ଟ୍ରପତି ନାନସୀଙ୍କୁ ସ୍ବାଗତ କରାଯାଇଥିଲା । ବାୟୁସେନା ଏବଂ ନୌସେନାର ୨୪ ଅତ୍ୟାଧୁନିକ ଯୁଦ୍ଧ ବିମାନ ନାନସୀଙ୍କ ବିମାନକୁ ଏସ୍କର୍ଟ କରି ରାଜଧାନୀ ପର୍ଯ୍ୟନ୍ତ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+