୫.୫ ତୀବ୍ରତାରେ ପୁଣି ଥରିଲା ମିଆଁମାର, ଭୟରେ ଲୋକେ

ପୁଣି ସକାଳୁ ସକାଳୁ ଥରିଲା ମିଆଁମାର । ଆଜି ସକାଳେ ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ତୀବ୍ରତା ୫.୫ ରହିଥିଲା । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକ ଘରୁ ଦୌଡି ବାହାରକୁ ଚାଲିଆସିଥିଲେ । ନିକଟରେ ଭୂକମ୍ପ ହୋଇ ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା ।

Myanmar

ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ମୁତାବକ, ମିଆଁମାରରେ ଏପ୍ରିଲ ୧୩ ସକାଳ ୭.୫୪ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ୧୦ କିମି ଗଭୀରତାର ଥିଲା । ଭୂକମ୍ପର ତୀବ୍ରତା ୫.୫ ରହିଥିଲା ବୋଲି ଜଣାପଡିଛି । ତେବେ ଭୂକମ୍ପ ଝଟକା ପରେ ଲୋକମାନେ ଭୟରେ ବାହାରକୁ ଦୌଡି ଆସିଥିଲେ ।

ସୂଚନାଯୋଗ୍ୟ, ମିଆଁମାର ଓ ଥାଇଲାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ହୋଇଥିଲା । ୭.୭ ଏବଂ ୭.୨ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମିଆଁମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଥିଲା । ମିଆଁମାରରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦୦ରୁ ଅଧିକ ଆହତ ହୋଇଥିଲେ । ମିଆଁମାରର ଭୂକମ୍ପର ପ୍ରଭାବ ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲାଣ୍ଡର ରାଜଧାନୀ ବ୍ୟାଂକକରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।

ସେହିଭଳି ଗତକାଲି ପାକିସ୍ତାନର ରାୱଲପିଣ୍ଡି ଠାରୁ ଉତ୍ତର ପଶ୍ଚିମ ୬୦ କିମି ଦୂରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୫.୮ ରହିଥିଲା । ପଞ୍ଜାବର ଆଟକ୍, ଚକୱାଲ ଏବଂ ମିଆଁୱାଲି ଜିଲ୍ଲା ଏବଂ ସଂଲଗ୍ନ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହା ବ୍ୟତୀତ ଖାଇବର ପଖତୁନଖ୍ୱା ପ୍ରଦେଶର ପେଶାୱର, ମର୍ଦାନ, ମହମ୍ମଦ ଏବଂ ଶବକଦରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ୪ ଏପ୍ରିଲରେ ନେପାଳରେ ଏବଂ ୯ ଏପ୍ରିଲରେ ତାଇୱାନରେ ଭୂମିକମ୍ପ ହୋଇଥିଲା । ଏହାର ପ୍ରଭାବ ଉତ୍ତର ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+