ପୁଣିଥରେ ଭୂକମ୍ପ ଝଟକାରେ ଥରିଲା ମିଆଁମାର
ମିଆଁମାରରେ ଭୂକମ୍ପ ଅନୁଭୂତ ହୋଇଛି । ଗତକାଲି ରାତିରେ ମିଆଁମାରରେ ଭୂକମ୍ପ ହେବା ସତ୍ତ୍ବେ ଆଜି ସକାଳ ୯ ଘଣ୍ଟା ୪ ମିନିଟ୍ ୧୧ ସେକେଣ୍ଡରେ ଭୂକମ୍ପ ହୋଇଥିଲା । ଫଳରେ ଭୟରେ ଲୋକମାନେ ଘରୁ ବାହାରକୁ ଦୌଡିବା ଆରମ୍ଭ କରିଥିଲେ । ସୂଚନାନୁଯାୟୀ, ଆଜି ସକାଳେ ମିଆଁମାର ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୩.୩ ବୋଲି NCSସୂଚନା ଦେଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଅକ୍ଷାଂଶ ୨୬.୬୦ ଉତ୍ତର ଏବଂ ଦ୍ରାଘିମା ୯୬.୬ ପୂର୍ବ ରହିଥିଲା । ଯାହାର ଗଭୀରତା ୩୦ କିଲୋମିଟର ତଳେ ଥିବା ହୋଇଥିବା ରେକର୍ଡରୁ ଜଣାପଡିଛି ।

ଆଜି ସକାଳେ ଭୂକମ୍ପ ଅନୁଭୂତ ହେବା ପୂର୍ବରୁ ଶନିବାର ମିଆଁମାରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଶନିବାର ରାତି ୧୦ଟା ୩୫ ମିନିଟ୍ ୩୨ ସେକେଣ୍ଡରେ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪.୫ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୨୫ କିଲୋମିଟର ଗଭୀରତାରେ ରହିଥିଲା । ଏହା ଛଡ଼ା ଭୂକମ୍ପର କେନ୍ଦ୍ରର ଅକ୍ଷାଂଶ ୧୫.୩୦ ଉତ୍ତର ଦ୍ରାଘିମା ୯୬.୩୫ ପୂର୍ବରେ ରହିଥିଲା । ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ।












Click it and Unblock the Notifications