୨୪ ଘଣ୍ଟା ମଧ୍ୟରେ ପୁଣି ଥରିଲା ମିଆଁମାର
ମିଆଁମାରରେ ପୁଣି ଭୂକମ୍ପ । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଭୂମିକମ୍ପ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଏହି ଭୂକମ୍ପ ୧୧.୩୫ରେ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି ।

ଆଫଗାନିସ୍ତାନରେ ଭୂକମ୍ପ
ଶନିବାର ସକାଳେ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ଆଫଗାନିସ୍ତାନରେ ୨୯ ମାର୍ଚ୍ଚ ୨୦୨୫ ସକାଳ ୫.୧୬ ସମୟରେ ୪.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ପକ୍ଷରୁ ସୂଚନା ଜାରି କରାଯାଇଛି । ଭୂମିକମ୍ପରେ ମୃତାହତ କିମ୍ବା ଗୁରୁତ୍ୱପୂର୍ଣ୍ଣ କ୍ଷୟକ୍ଷତିର କୌଣସି ସୂଚନା ପ୍ରକାଶ ପାଇ ନାହିଁ ।
ମିଆଁମାରରେ ହୋଇଥିବା ଭୂମିକମ୍ପ ପରେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଚାଲିଥିବା ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛି। ନ୍ୟୁଜିଲାଣ୍ଡ ମିଆଁମାରକୁ ଦୁଇ ମିଲିୟନ ନ୍ୟୁଜିଲାଣ୍ଡ ଡଲାର ସହାୟତା ଘୋଷଣା କରିଛି। ଏହି ପାଣ୍ଠି ଅନ୍ତର୍ଜାତୀୟ ରେଡକ୍ରସ ମାଧ୍ୟମରେ ଦିଆଯିବ। ନ୍ୟୁଜିଲାଣ୍ଡ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖାଯାଇଛି ଏବଂ ସମସ୍ତ ପ୍ରକାରର ସହାୟତା ଯୋଗାଇଦିଆଯିବ ।












Click it and Unblock the Notifications