Get Updates
Get notified of breaking news, exclusive insights, and must-see stories!

ମିଆଁମାରରେ ବଢୁଛି ମୃତକଙ୍କ ସଂଖ୍ୟା; ୨ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ୩,୯୦୦ ଅଧିକ ଆହତ

ଭୂକମ୍ପ ଝଟକାରେ ଛାରଖାର ହୋଇଯାଇଛି ମିଆଁମାର । ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା । ଧ୍ବଂସାବଶେଷ ତଳୁ ଏବେବି ବାହାରୁଛି ମୃତଦେହ । ପ୍ରକୃତିର କୋପ ଆଗରେ ମଣିଷ ଯେ କେତେ ଅସହାୟ, ଆଜି ତାହା ବୁଝି ପାରିଛନ୍ତି ବିଶ୍ବବାସୀ । ଏହି ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨,୦୫୬ କୁ ବୃଦ୍ଧି ପାଇଛି ଏବଂ ୩,୯୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଭୁଶୁଡ଼ି ପଡ଼ିଥିବା କୋଠାଗୁଡ଼ିକର ଭଗ୍ନାବଶେଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ। ଭୂମିକମ୍ପ କେବଳ ମ୍ୟାନମାର ରେ ବ୍ୟାପକ କ୍ଷୟକ୍ଷତି ଘଟାଇ ନଥିଲା ବରଂ ପଡ଼ୋଶୀ ଥାଇଲାଣ୍ଡରେ ମଧ୍ୟ ବ୍ୟାପକ କ୍ଷତି କରିଥିଲା।

ମତ ମାର୍ଚ୍ଚ ୨୮ରେ ଘଟିଥିବା ବିଭୀଷିକାରେ ବର୍ତ୍ତମାନ ସୁଦ୍ଧା ୨୭୦ ଜଣ ନିଖୋଜ ଥିବା ସୂଚନା ମିଳିଛି । ସେପଟେ ମିଆଁମାରର ଜୁଣ୍ଟା ସରକାର ମୃତକଙ୍କ ଉଦ୍ଦେଶ୍ୟରେ ସାତଦିନିଆ ଜାତୀୟ ଶୋକ ସପ୍ତାହ ପାଳନ କରୁଛି । ୭.୭ ତୀବ୍ରତାର ଭୂକମ୍ପରେ ଛାରଖାର ହୋଇଯାଇଥିଲା ମିଆଁମାର । ଏହାର ପ୍ରଭାବ ଥାଇଲାଣ୍ଡ, ଭାରତ, ଚୀନ, ବାଂଲାଦେଶରେ ପଡିଥିଲା । ଏବେ ବି ଅନେକ ମୃତଦେହ ଭଗ୍ନସ୍ତୂପ ତଳେ ପୋତି ହୋଇଥିବା କୁହାଯାଉଛି ।

Myanmar quake toll crosses 2 000 over 3 900 injured search for survivors on

ବ୍ୟାଙ୍କକରେ ଏକ ଭଗ୍ନକୋଠା ଭିତରେ ୭୬ ଜଣ ଲୋକ ପୋତିହୋଇଯାଇଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ଧ୍ବଂସସ୍ତୂପକୁ ବାହାର କରାଯାଇ ନଥିବାରୁ ମୃତାହତଙ୍କ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନାହିଁ । ଥାଇଲାଣ୍ଡର ମୋଟ ମୃତ୍ୟୁ ସଂଖ୍ୟା ୧୮ ବୋଲିସୂଚନା ମିଳିଛି । ଭୂକମ୍ପ ବେଳେ ଅନେକ ସ୍ଥାନରେ ଶୁକ୍ରବାର ପ୍ରାର୍ଥନା ଚାଲିଥିବାରୁ ୭୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଭୂକମ୍ପରେ ଅନେକ ମସଜିଦ ବି ଧୂଳିସାତ ହୋଇଛି । ତେଣେ ଜାତିସଂଘ ପକ୍ଷରୁ ମିଆଁମାରକୁ ସହାୟତା ଘୋଷଣା କରାଯାଇଛି । ୨୦୨୧ରେ ମିଆଁମାରରେ ନୋବେଲ ବିଜୟିନୀ ଅଙ୍ଗ ସାନ ସୁ କିଙ୍କୁ ହଟାଇ ସାମରିକ ଶାସନ ଲାଗୁ କରିଥିଲା ଜୁଣ୍ଟା ସରକାର । ସେବଠାରୁ ଦେଶରେ ଗୃହଯୁଦ୍ଧ ସ୍ଥିତି ଲାଗୁ ରହିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+