ମିଆଁମାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୭୦୦କୁ ବୃଦ୍ଧି; ୩,୪୦୦ ଆହତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି

ମିଆଁମାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୭୦୦କୁ ବୃଦ୍ଧି । ୩,୪୦୦ ଆହତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ମ୍ୟାଁମାରରେ କ୍ଷମତାସୀନ ଜୁନ୍ତା ସରକାର ରବିବାର ସ୍ପଷ୍ଟ କରିଛନ୍ତି ଯେ ଏପର୍ଯ୍ୟନ୍ତ ୧୭୦୦ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୩୫୦୦ରୁ ଅଧିକ ଆହତ ହୋଇଛନ୍ତି ଏବଂ ୩୦୦ ଲୋକଙ୍କର ପତ୍ତା ମିଳୁନାହିଁ। ଦୁଇଟି ପରିବହନ ବିମାନରେ ଭାରତ ପଠାଇଥିବା ରିଲିଫ୍‌ ସାମଗ୍ରୀ ଇତିମଧ୍ୟରେ ମ୍ୟାଁମାରରେ ପହଞ୍ଚିଛି। ଏଥିରେ ଜରୁରୀ ଔଷଧ, ତମ୍ବୁ, ଶୁଖିଲା ଖାଦ୍ୟ ପୁଡିଆ, ଜେନେରେଟର, ୱାଟର ପ୍ୟୁରିଫାଏର , ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଇତ୍ୟାଦି ସାମିଲ ରହିଛି। ଭାରତରୁ ଯାଇଥିବା ୮୦ ଜଣିଆ ଏନଡିଆରଏଫ୍‌ ଟିମ୍‌ ଇତିମଧ୍ୟରେ ମାଣ୍ଡାଲେଠାରେ ୬୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସା ଶିବିର ସ୍ଥାପନ କରିଛନ୍ତି। ଚୀନ୍‌ ମଧ୍ୟ ୧୭ଟି ଟ୍ରକ୍‌ରେ ରିଲିଫ୍‌ ସାମଗ୍ରୀ ପଠାଇଛି। ଜାତିସଂଘ ମାନବାଧିକାର କମିସନ ପକ୍ଷରୁ କୁହାଯାଇଛି ଯେ ଭୂମିକମ୍ପ ଯୋଗୁଁ ମ୍ୟାଁମାରର ରାଜଧାନୀ ନ୍ୟାପିଦ ଏବଂ ମାଣ୍ଡାଲେ ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ରାସ୍ତାଘାଟ ଭୁଶୁଡି ପଡିଥିବା ଏବଂ ଇଣ୍ଟରନେଟ ସେବା ବିଚ୍ଛନ୍ନ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।

Myanmar quake death toll hits 1 700 as aid scramble intensifies

ମ୍ୟାଁମାରରେ ଗତ ଶୁକ୍ରବାର ଘଟିଥିବା ଭୟାବହ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୭୦୦ରେ ପହଞ୍ଚିଛି। ଧ୍ବଂସସ୍ତୂପ ତଳେ ଏବେ ମଧ୍ୟ ଶତାଧିକ ଲୋକ ପୋତି ହୋଇପଡିଥିବା କୁହାଯାଇଛି। ଭାରି ଯନ୍ତ୍ରପାତି ଅଭାବରୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନଥିବା ଜଣାପଡିଛି। ସ୍ଥାନୀୟ ଲୋକେ ହାତରେ ଭୁଶୁଡି ପଡିଥିବା କୋଠାଘରଗୁଡିକର ଧ୍ବଂସସ୍ତୂପ ତଳୁ ମୃତାହତଙ୍କୁ ଉଦ୍ଧାର କରୁଛନ୍ତି। ବର୍ତ୍ତମାନ ମ୍ୟାଁମାରରେ ଦିନର ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସ ରହୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଭୂମିକମ୍ପ କବଳରୁ ବର୍ତ୍ତିଯାଇଥିବା ଲୋକଙ୍କର ବାସଗୃହ ନଷ୍ଟ ହୋଇଥିବାରୁ ସେମାନେ ରାସ୍ତାରେ ରାତି କଟାଉଥିବା ଜଣାପଡିଛି। ଅପରପକ୍ଷରେ ଯେଉଁମାନଙ୍କ ବାସଗୃହ କ୍ଷତିଗ୍ରସ୍ତ ହୋଇନାହିଁ, ସେମାନେ ଭୟରେ ସେଠାକୁ ଯିବାକୁ ନିରାପଦ ମଣୁନାହାନ୍ତି। ୟାଙ୍ଗନସ୍ଥିତ 'କ୍ୟାଥୋଲିକ ରିଲିଫ୍‌ ସର୍ଭିସ' ମୁଖ୍ୟ କାରା ବ୍ରେଗ କହିଛନ୍ତି ଯେ ଡାକ୍ତରଖାନାରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଏବଂ ଜରୁରୀ ଔଷଧପତ୍ରର ଅଭାବ ଯୋଗୁଁ ଆହତଙ୍କ ଉପଯୁକ୍ତ ଚିକିତ୍ସା ହୋଇପାରୁନାହିଁ। ଭାରତ ସମେତ କତିପୟ ବିଦେଶୀ ରାଷ୍ଟ୍ରରୁ ରିଲିଫ୍‌ ସାମଗ୍ରୀ ପହଞ୍ଚିଥିଲେ ସୁଦ୍ଧା ଏହା ପରିସ୍ଥିତିର ମୁକାବିଲା କରିବାକୁ ଅକ୍ଷମ ବୋଲି କାରା କହିଛନ୍ତି। ଡାକ୍ତରଖାନାରେ ଆହତଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇବା କଷ୍ଟକର ହୋଇପଡୁଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+