Get Updates
Get notified of breaking news, exclusive insights, and must-see stories!

ଭୂକମ୍ପ ଝଟକା; ପୁଣି ଥରିଲା ମିଆଁମାର, ଲୋକେ ...

ସକାଳୁ ସକାଳୁ ଥରିଲା ମିଆଁମାର । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି । ମଣିପୁର, ନାଗାଲାଣ୍ଡ ସମେତ ଆସାମ ଯାଏଁ ଏହାର ଝଟ୍କା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ଭୂମିକମ୍ପ ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏନସିଏସ ମୁତାବକ, ମଙ୍ଗଳବାର ସକାଳ ପ୍ରାୟ ୬ଟା ୧୦ରେ ମିଆଁମାରରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭୂମିକମ୍ପର ଗଭୀରତା ୧୫ କିଲୋମିଟର ଥିଲା । NCS ଅନୁଯାୟୀ, ଭୂମିକମ୍ପର ସଠିକ୍ ନିର୍ଦ୍ଦେଶାଙ୍କ ୨୪.୭୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୯୪.୬୩ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଥିଲା । ଏପର୍ଯ୍ୟନ୍ତ, କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ଆସିନାହିଁ ।

earth

ସୂଚନାଯୋଗ୍ୟ, ସେପ୍ଟେମ୍ଵର ୨୭ରେ ଭାରତର ପଡୋଶୀ ଦେଶ ବାଂଲାଦେଶରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତିନି ଦିନ ପରେ ମିଆଁମାରରେ ଭୂକମ୍ପ ଝଟ୍କା ଲାଗିଛି । ଏହାର ଉତ୍ପତ୍ତି ସ୍ଥଳ ପଶ୍ଚିମବଙ୍ଗର ରାଜଧାନୀ କଲିକତା ଠାରୁ ମାତ୍ର ୮୯ କିମି ଦୂର ପୂର୍ବ-ଉତ୍ତର-ପୂର୍ବରେ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+