ମିଆଁମାର ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୧୬୪୪କୁ ବୃଦ୍ଧି

Myanmar earthquake: ମିଆଁମାର ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ୩୪୦୦ ଜଣ ଆହତଙ୍କୁ ଉଦ୍ଧାର କରି ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬୪୪କୁ ବୃଦ୍ଧି ପାଇଛି । ଆଗକୁ ଆହୁରି ମୃତକଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି ।

ମିଆଁମାରରେ ହୋଇଥିବା ବିଶାଳ ଭୂମିକମ୍ପ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି । ଭାରତ ଶନିବାର ୧୫ ଟନ୍ ରିଲିଫ୍ ସାମଗ୍ରୀ ଯୋଗାଇଛି। ଜରୁରୀକାଳୀନ ମିଶନ 'ଅପରେସନ୍ ବ୍ରହ୍ମା' ଅଧୀନରେ ଭାରତ ଉଦ୍ଧାର ଟିମ୍ ସହିତ ଆକାଶ ଏବଂ ସମୁଦ୍ର ପଥରେ ଅଧିକ ସାମଗ୍ରୀ ପଠାଇଛି।

Myanmar earthquake

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଆଁମାର ସାମରିକ ଜେନେରାଲ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କ ସହ କଥା ହୋଇଛନ୍ତି । ଭାରତ ମିଆଁମାରରେ ଏହାର ଉଦ୍ଧାର କାର୍ଯ୍ୟକୁ 'ଅପରେସନ୍ ବ୍ରହ୍ମା' ନାମ ଦେଇଛି। ଅଧିକାରୀମାନେ କହିଛନ୍ତି ଯେ ଭାରତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସହାୟତା କରିବା ପାଇଁ ମିଆଁମାରକୁ ଉଦ୍ଧାର କର୍ମୀ ପଠାଇବାରେ ପ୍ରଥମ ଦେଶ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+