Get Updates
Get notified of breaking news, exclusive insights, and must-see stories!

ମ୍ୟାମାର ଭୂକମ୍ପ: ୨୭୦୦ ଟପିଲା‌ ମୃତ୍ୟୁସଂଖ୍ୟା

ମିୟାଁମାରରେ ଗତ ସପ୍ତାହରେ ଘଟିଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨ ହଜାର ୭୦୦କୁ ଅତିକ୍ରମ କରିଛି । ମିୟାଁମାର୍‍ର ସାମରିକ ନେତା ମିନ୍‍ ଅଙ୍ଗ୍‍ ହ୍ଲାଇନ୍‍ଙ୍ଗ ଆଜି ଏକ ଟେଲିଭିଜନ୍‍ ସାକ୍ଷାତ୍‍କାରରେ କହିଛନ୍ତି, ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨ହଜାର ୭୧୯ରେ ପହଞ୍ôଚଥିବା ବେଳେ ଏହା ୩ ହଜାରରୁ ଅଧିକ ହେବାର ଆଶଙ୍କା କରାଯାଉଛି । ସେ କହିଛନ୍ତି, ୪ ହଜାର ୫୨୧ ଜଣ ଲୋକ ଏଥିରେ ଆହତ ହୋଇଥିବା ବେଳେ ୪୪୧ ଜଣ ନିଖୋଜ ଅଛନ୍ତି । ଗତ ଶୁକ୍ରବାର ଦିନ ଦେଶର ମାଣ୍ଡାଲେ ଅଞ୍ଚଳରେ ୭ ଦଶମିକ୍‍ ୭ ତୀବ୍ରତାର ଏକ ଭୂମିକମ୍ପ ପରେ ୬ ଦଶମିକ୍‍ ୪ ତୀବ୍ରତାର ଆଉ ଏକ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା ।

ଯାହାଫଳରେ ଏକାଧିକ ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଏ ନେଇ ମିଳିତ ଜାତିସଂଘର କାର୍ଯ୍ୟାଳୟ କହିଛି, ମିୟାଁମାର୍‍ ଭୂମିକମ୍ପ ମୃତ୍ୟୁରେ ୫୦ ଜଣ ଶିଶୁ ଏବଂ ଦୁଇ ଜଣ ଶିକ୍ଷକ ପ୍ରାଣ ହରାଇଛନ୍ତି । ଅପର ପକ୍ଷରେ ମିୟାଁମାର୍‍ରେ ଉଦ୍ଧାର କାର୍ଯ୍ୟ ଜୋର୍‍ସୋରରେ ଆଗେଇ ଚାଲିଛି । ଅପରେସନ୍‍ ବ୍ରହ୍ମା ଅଧୀନରେ ଭାରତ ପକ୍ଷରୁ ମାର୍ଚ୍ଚ ୨୯ରୁ ମିୟାଁମାର୍‍ ଏବଂ ଏହାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଜରୁରୀକାଳୀନ ସହାୟତା ସହିତ ଉଦ୍ଧାର କାର୍ଯ୍ୟ, ଡାକ୍ତରୀ ଦଳ, ଖାଦ୍ୟ, ପାନୀୟ ଜଳ, ତମ୍ବୁ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ସମେତ ରିଲିଫ୍‍ ସାମଗ୍ରୀର ବଣ୍ଟନକୁ ତ୍ୱରାନ୍ୱିତ କରାଯାଇଛି ।

Myanmar earthquake

ଭାରତୀୟ ନୌସେନାର ଏକାଧିକ ଜାହାଜ ସହିତ ୟାଙ୍ଗୁନ୍‍କୁ ସହାୟତା ପ୍ରଦାନ କରାଯାଇଛି । ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କର କହିଛନ୍ତି, ଅପରେସନ୍‍ ବ୍ରହ୍ମା ଅଧୀନରେ ଭାରତୀୟ ବାୟୁସେନାର ସି-୧୩୦ଜେ ବିମାନ ଆଜି ସକାଳେ ଦିଲ୍ଲୀରୁ ମାଣ୍ଡାଲେ ଅଭିମୁଖେ ଯାତ୍ରା କରିଛି । ଏଥିରେ ୧୬ଟନ୍‍ ଅତ୍ୟାବଶ୍ୟକୀୟ
ସାମଗ୍ରୀ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+