ମ୍ୟାଁମାର ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୧୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
ଭୂକମ୍ପ ପ୍ରଭାବିତ ମ୍ୟାଁମାରରେ ମୃତ୍ୟୁସଂଖ୍ୟା ୧୭ଶହରୁ ଊର୍ଦ୍ଧ୍ୱ ହୋଇଥିବା ସେଠାକାର ସାମରିକ ମୁଖ୍ୟ ସୂଚନା ଦେଇଛନ୍ତି । ଧ୍ୱଂସବିଧ୍ୱସ୍ତ ଅଟ୍ଟାଳିକା ତଳେ ବହୁସଂଖ୍ୟାରେ ମୃତଦେହ ଥିବାର ସନ୍ଦେହ କରାଯାଉଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ସୂଚନା ଦିଆଯାଇଛି । ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ଅଭାବରୁ ଏପର୍ଯ୍ୟନ୍ତ କେତେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ବ୍ୟାହତ ହୋଇଛି ।

ପର୍ଯ୍ୟପ୍ତ ଅତ୍ୟାଧୁନିକ ଯନ୍ତ୍ରାଂଶ ବିନା ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ଇତିମଧ୍ୟରେ ମ୍ୟାଁମାରର କେତେକ ଅଞ୍ଚଳରେ ଆଉ ଏକ ଭୂକମ୍ପ
ଅନୁଭୂତ ହୋଇଥିବା ସୂଚନା ମିଳିଛି । ମ୍ୟାଁମାରର ମାଣ୍ଡାଲେ ନିକଟବର୍ତ୍ତୀ ଅଞ୍ଚଳରେ ଭୂକମ୍ପର ତୀବ୍ରତା ୫ ଦଶମିକ ୧ ରେକର୍ଡ଼ କରାଯାଇଛି । ଏହି ଘଟଣାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସଠିକ୍ ସୂଚନା ହସ୍ତଗତ ହୋଇ ନାହିଁ । ସେହିପରି ଥାଇଲାଣ୍ଡ୍ରେ ଉଦ୍ଧାରକାରୀ ଦଳ ଭାଙ୍ଗାରୁଜା ଅଂଶତଳୁ ମୃତଦେହ ଠାବ କରୁଛନ୍ତି । ଏପର୍ଯ୍ୟନ୍ତ ସେଠାରେ ମୃତ୍ୟୁସଂଖ୍ୟା ୧୭ରେ ପହଞ୍ôଚଥିବାବେଳେ ୮୩ ଜଣ ନିଖୋଜ ଥିବା ଜଣାଯାଇଛି । ଜାତିସଂଘ ପକ୍ଷରୁ କୁହାଯାଇଛି, ମ୍ୟାଁମାର ଓ ଥାଇଲାଣ୍ଡରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।












Click it and Unblock the Notifications