ଶେଖ ହାସିନାଙ୍କ ନାଁରେ ହତ୍ୟା ମାମଲା ରୁଜୁ

Sheikh Hasina: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଜୁଲାଇ ୧୯ ତାରିଖରେ ଢାକାରେ ପୋଲିସ ଗୁଳିରେ ଆବୁ ସଇଦଙ୍କ ମୃତ୍ୟୁ ମାମଲାରେ ଶେଖ ହାସିନା ଏବଂ ଅନ୍ୟ ୭ ଜଣଙ୍କୁ ନାଁରେ ମାମଲା ରୁଜୁ କରାଯାଇଛି । ତେବେ କୁହାଯାଉଛି ଯଦି ଶେଖ ହାସିନା ବାଂଲାଦେଶକୁ ଫେରିଯାଆନ୍ତି, ତେବେ ତାଙ୍କୁ ସାରା ଜୀବନ ଜେଲରେ ବିତାଇବାକୁ ପଡିପାରେ ।

Sheikh Hasina

ଶେଖ ହାସିନାଙ୍କ ବିରୋଧରେ ରୁଜୁ ହୋଇଥିବା ଏହି ମାମଲାରେ ଆୱାମୀ ଲିଗର ସାଧାରଣ ସମ୍ପାଦକ ଓବେଦୁଲ କାଦର, ପୂର୍ବତନ ଗୃହମନ୍ତ୍ରୀ ଅସଦୁଜମାନ ଖାନ କମଲ, ପୂର୍ବତନ ଇନ୍ସପେକ୍ଟର ଜେନେରାଲ (ଆଇଜିପି) ଚୌଧୁରୀ ଅବଦୁଲ୍ଲା ଅଲ-ମାମୁନ, ପୂର୍ବତନ ଡିବି ମୁଖ୍ୟ ହାରୁନ, ପୂର୍ବତନ ଡିଏମପି ଯୁଗ୍ମ କମିଶନର ବିପ୍ଲବ କୁମାର ଏବଂ ପୂର୍ବତନ ଡିଏମପି କମିଶନର ହବିବୁରଙ୍କୁ ଅଭିଯୁକ୍ତ କରାଯାଇଛି।

ଦ ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ଶେଖ ହାସିନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ ଅଜଣା ପୋଲିସ ଅଧିକାରୀଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯାଇଛି। ଅଭିଯୁକ୍ତ ଛାତ୍ର ଆନ୍ଦୋଳନର ଚାପରେ ସେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳାୟନ କରିବା ପରେ ଏହା ହେଉଛି ତାଙ୍କ ବିରୋଧରେ ପ୍ରଥମ ମାମଲା।

Sheikh Hasina


ଶେଖ ହାସିନାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ବାଂଲାଦେଶକୁ ଫେରିବା ନେଇ ପ୍ରଶ୍ନ ଉଠିଛି। ତେବେ ଚର୍ଚ୍ଚା ହେଉଛି ଯଦି ଶେଖ୍ ହାସିନା ବାଂଲାଦେଶ ଫେରିଯାଆନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯାଇ ପାରେ । ମହମ୍ମଦପୁର ବାସିନ୍ଦା ଆମୀର ହାମଜା ଶାଟିଲ ଶେଖ ହାସିନା ଏବଂ ଅନ୍ୟମାନଙ୍କ ବିରୋଧରେ ଢାକା ମହାନଗର ନିଗମ ମାଜିଷ୍ଟ୍ରେଟ ରାଜେଶ ଚୌଧୁରୀଙ୍କ କୋର୍ଟରେ ମାମଲା ଦାୟର କରିଛନ୍ତି। ଏଥିରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ମାମଲା ଦାୟର କରୁଥିବା ବ୍ୟକ୍ତି ମୃତଙ୍କ ସମ୍ପର୍କୀୟ ନୁହଁନ୍ତି। ସେ କହିଛନ୍ତି ଯେ ଦେଶର ଜଣେ ଦାୟିତ୍ୱବାନ ନାଗରିକ ତଥା ମୃତ ବ୍ୟକ୍ତିଙ୍କ ପ୍ରତି ସହାନୁଭୂତି ଦେଖାଇ ସେ ଏହି ମାମଲା ରୁଜୁ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+