ବାଂଲାଦେଶୀ ସେନାକୁ ୟୁନୁସ କହିଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ
ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁ ସଂପ୍ରଦାୟ ଉପରେ ଅତ୍ୟାଚାର ବଢି ଚାଲିଛି। ଏହାକୁ ନେଇ ସେଠାର ଅନ୍ତରୀଣ ସରକାରର ପ୍ରମୁଖ ମହମ୍ମଦ ୟୁନୁସଙ୍କ ସହ ଭାରତର ସଂପର୍କ ବିଗିଡ଼ି ଯାଇଛି। ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହମଲାକୁ ନେଇ ୟୁନୁସ ସରକାର ଉପରେ ଲଗାତାର ପ୍ରଶ୍ନ ଉଠାଇଛି ଭାରତ, କିନ୍ତୁ ତାଙ୍କ ସରକାର ଏହି ଅଭିଯୋଗକୁ ଖାରଜ କରି ଚାଲିଛି ଏବଂ ଏହି ଅଭିଯୋଗରୁ ବର୍ତ୍ତିବା ପାଇଁ ଚେଷ୍ଟା କରିଥିବା ନଜର ଆସିଛି। ଏହି ମଧ୍ୟରେ, ରବିବାର ମହମ୍ମଦ ୟୁନୁସ ଚଟଗାଁ ସ୍ଥିତ ମିଲିଟାରୀ ଟ୍ରେନିଂ ଏରିଆରେ , ବାଂଲାଦେଶୀ ସେନାର ଏକ ପ୍ରମୁଖ ଯୁଦ୍ଧାଭ୍ୟାସରେ ଯୋଗ ଦେଇଥିଲେ।
ସେ ଏହି ଅବସରରେ ସେନାର ପ୍ରସ୍ତୁତିକୁ ପ୍ରଶଂସା କରିବା ସହ କହିଥିଲେ - କୌଣସି ବି ସମୟରେ ଆବଶ୍ୟକ ପଡ଼ିଲେ ସେନାକୁ ପୂରା ସାହସ ଓ ପ୍ରସ୍ତୁତିର ସହ ଯୁଦ୍ଧକୁ ଓହ୍ଲାଇବାକୁ ହେବ। ବିଶେଷଜ୍ଞଙ୍କ ଅନୁସାରେ, ଏହି ଅଭ୍ୟାସ ପଛରେ ମହମ୍ମଦ ୟୁନିସଙ୍କର ପ୍ରକୃତ ଉଦ୍ଦେଶ୍ୟ ନିଜର ସେନା ଶକ୍ତିର ପ୍ରଦର୍ଶନ କରିବାର ଥିଲା, ଯାହାକି ଅନ୍ତରାଷ୍ଟ୍ରୀୟ ଚାପ ଓ ସମାଲୋଚନା ମଧ୍ୟରେ ସେ ନିଜର ସ୍ଥିତି ମଜବୁତ କରି ପାରିବେ।
ଚାରିପଟୁ ଭାରତ ଭୂଭାଗରେ କଏଦ ଥିବା ବାଂଲାଦେଶ ଏବେ ଯୁଦ୍ଧ ଅଭ୍ୟାସ କରୁଛି। ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ବାଂଲାଦେଶ ଚଟଗାଓଁରେ ଟ୍ୟାଙ୍କ, ହେଲିକପ୍ଟର, ଓ ତୋପ ନେଇ ଯୁଦ୍ଧ ଅଭ୍ୟାସ କରୁଛି ବାଂଲାଦେଶ।

ତେବେ ବାଂଲାଦେଶ କାହା ସହ ଯୁଦ୍ଧ କରିବ, କାହିଁକି ଯୁଦ୍ଧ ପ୍ରସ୍ତୁତି କରୁଛି ସେ ନେଇ ଏବେ କିଛି ଚିତ୍ର ସ୍ପଷ୍ଟ ହୋଇ ନାହିଁ। ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା ବାଂଲାଦେଶ ଯୁଦ୍ଧାଭ୍ୟାସ କରି ନିଜର ସୈନ୍ୟ ଶକ୍ତି ଦେଖାଇବାକୁ ଚେଷ୍ଟା କରୁଛି।
ଏହି ଯୁଦ୍ଧାଭ୍ୟାସ ଅବସରରେ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ, ବାୟୁସେନା ମୁଖ୍ୟ ମାର୍ଶଲ ହସନ ମହମୁଦ ଖାନ ଏବଂ ନୈସେନା ବାହିନୀର ମୁଖ୍ୟ ଆଡମିରାଲ ଏମ ନଜମୁଲ ହାସନ ଉପସ୍ଥିତ ଥିଲେ। ଏହି ସମୟରେ ମହମ୍ମଦ ୟୁନୁସ କହିଥିଲେ ସେନା ସବୁବେଳେ ପ୍ରସ୍ତୁତ ରହିଛି।












Click it and Unblock the Notifications