ନିରାଶ ହୋଇ ମହମ୍ମଦ ୟୁନୁସ୍‌, କହିଲେ ମୋଦୀ ହସ୍ତକ୍ଷେପ କରନ୍ତୁ

ବାଂଲାଦେଶର ଅନ୍ତରୀଣ ନେତା ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍‌ ପୁଣି ଥରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ ନେଇ ବୟାନ ଦେଇଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ ଭାରତରେ ରହି ହସିନା ଦେଉଥିବା ବୟାନ ସବୁ ବାଂଲାଦେଶୀଙ୍କ ଭିତରେ ହିଂସା ସୃଷ୍ଟି କରୁଛି।

modi

ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ହସ୍ତକ୍ଷେପ କରିବା ବଦଳରେ ସୋସିଆଲ୍‌ ମିଡିଆ ମାମଲା ବୋଲି କହି ଏଡ଼େଇ ଯାଇଛନ୍ତି। ଲଣ୍ଡନସ୍ଥିତ ଚୈଥମ ହାଉସ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୟୁନୁସ୍‌ ଏପରି କହିଛନ୍ତି।

ୟୁନୁସ୍‌ ଆହୁରି ବି କହିଛନ୍ତି ଯେ ''ଅଗଷ୍ଟ ୫ ତାରିଖରେ ବାଂଲାଦେଶ ସରକାର କୁଆଡ଼େ ଗାଏବ ହୋଇଗଲେ। ଏବେ ସବୁ ରାଗ ଭାରତକୁ ସ୍ଥାନାନ୍ତର ‌ହୋଇଯାଇଛି। କାରଣ ସେ ଏବେ ସେଠାରେ ରହୁଛନ୍ତି। ମୁଁ ଏବେ ଭାରତର ପ୍ରଧାନମନ୍ତ୍ରୀଙ୍କୁ କେବଳ ଏତିକି କହିବାକୁ ଚାହୁଁଛି ଯେ ସେ ଯାହାର ସାହାଯ୍ୟ କରିବାକୁ ଚାହୁଁଛନ୍ତି କରନ୍ତୁ। ଆମେ ତାଙ୍କୁ ଅଟକାଇବୁ ନାହିଁ। ମାତ୍ର ଦୟାକରି ସେ ଏତିକି କରନ୍ତୁ ଯେ, ହସିନାଙ୍କୁ ଏଭଳି କିଛି ମନ୍ତବ୍ୟ ଦେବାକୁ ମନାକରନ୍ତୁ। ଯାହା ବାଂଲାଦେଶୀଙ୍କ ମଧ୍ୟରେ ହିଂସା ସୃଷ୍ଟି କରୁଛି। ମୋଦୀ ବାସ୍‌ ଏତିକି ହସ୍ତକ୍ଷେପ କରି ଆମକୁ ନିଶ୍ଚିତ କରାନ୍ତୁ।''

ପୂର୍ବରୁ ଏଭଳି ଘଟଣା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ମନ୍ତବ୍ୟ ଦେଇ କହିଥି‌ଲେ ଯେ ସୋସିଆଲ୍‌ ମିଡିଆରେ କିଏ, କ'ଣ କହିବ ଆମେ ତାହାକୁ ନିୟନ୍ତ୍ରଣ କରିପାରିବୁ ନାହିଁ। ଏ ନେଇ ୟୁନୁସଙ୍କ କହିବା କଥା ହେଉଛି ମୋଦୀ ଏପରି କହି ଏହି ମାମଲାରୁ ମୁହଁ ଫେରାଇ ପାରିବେ ନାହିଁ। ହସିନା କାହିଁକି ଏତେ ରାଗ ବାଂଲାଦେଶୀଙ୍କ ଭିତରେ ଭରୁଛନ୍ତି‌ ବୋଲି ୟୁନୁସ୍‌ ପ୍ରଶ୍ନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+