ବର୍ଷକ ମଧ୍ୟରେ କ୍ଷମତା ଛାଡିବାକୁ ନିଷ୍ପତ୍ତି ନେଲେ ମହମ୍ମଦ ୟୁନୁସ
ବାଂଲାଦେଶରେ ପୁଣି ରାଜନୈତିକ ଅସ୍ଥିରତା। ଦେଶର ସ୍ଥିତି ଆଗରେ ନଇଁଛନ୍ତି ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ । ଖୁବ୍ ଶୀଘ୍ର ପଦରୁ ଇସ୍ତଫା ଦେଇପାରନ୍ତି ୟୁନୁସ । ଆଉ ଦେଶକୁ ସମ୍ଭାଳି ପାରିବେ ନାହିଁ ବୋଲି ଗଣମାଧ୍ୟରେ ଚର୍ଚ୍ଚା । ବାଂଲାଦେଶରେ ହିଂସା, ଚୋରି ଓ ସଂଖ୍ୟାଲଘୁ ବିରୋଧୀ ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇ ପଡିଛନ୍ତି ୟୁନୁସ । ଏଥିପାଇଁ ସେ ଇସ୍ତଫା ଦେବାକୁ ଚିନ୍ତା କରୁଛନ୍ତି ବୋଲି ଚର୍ଚ୍ଚା । କାରଣ ସେ ଅନୁଭବ କରୁଛନ୍ତି ଯେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସହମତି ଅଭାବରୁ କାମ କରିବା କଷ୍ଟକର ହୋଇପଡୁଛି।

ଛାତ୍ର ନେତୃତ୍ୱାଧୀନ ନ୍ୟାସନାଲ ସିଟିଜେନ୍ ପାର୍ଟି (ସିପି)ର ମୁଖ୍ୟ ନାହିଦ ଇସଲାମଙ୍କ ସହ ଗୁରୁବାର ରାତିରେ ଗଣମାଧ୍ୟମରେ ସାକ୍ଷାତକାର ଥିଲା । ଯେଉଁଥିରେ ସେ କହିଥିଲେ, ଆମେ ସାର୍ (ୟୁନୁସ୍)ଙ୍କ ଇସ୍ତଫା ଖବର ଶୁଣି ଆସୁଛୁ । ତେଣୁ ମୁଁ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ୟୁନୁସଙ୍କ ଭେଟିବାକୁ ଯାଇଥିଲି । ସେ କହିଥିଲେ ଯେ ସେ ଏହା ବିଷୟରେ ଚିନ୍ତା କରୁଛନ୍ତି। ସେ ଅନୁଭବ କରୁଛନ୍ତି ଯେ ପରିସ୍ଥିତି ଏପରି ଯେ ସେ କାମ କରିପାରିବେ ନାହିଁ।
ଏନସିପି ସଂଯୋଜକ କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ୟୁନୁସ୍ ଭୟଭୀତ ଥିଲେ ଯେ ଦେଶର ବର୍ତ୍ତମାନର ପରିସ୍ଥିତିରେ ସେ କାମ କରିପାରିବେ ନାହିଁ। ୟୁନୁସ୍ ବିଶ୍ୱାସ କରନ୍ତି ଯେ ରାଜନୈତିକ ଦଳଗୁଡ଼ିକ ଏକ ସହମତିରେ ପହଞ୍ଚିବା ପର୍ଯ୍ୟନ୍ତ ସେ କାମ କରିପାରିବେ ନାହିଁ।












Click it and Unblock the Notifications