Get Updates
Get notified of breaking news, exclusive insights, and must-see stories!

ଭାରତରେ ପହଞ୍ଚିଲା ମୋଷ୍ଟ ୱାଣ୍ଟେଡ୍‌ ତହବୁର ରାଣା

ଭାରତରେ ପହଞ୍ଚିଲା ମୋଷ୍ଟ ୱାଣ୍ଟେଡ୍‌ ତହବୁର ରାଣା। ଆମେରିକାରୁ ସ୍ଵତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା। ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତହବୁର । କଡ଼ା ସୁରକ୍ଷାରେ NIA ମୁଖ୍ୟାଳୟକୁ ନିଆଯିବ। ୨୪ ଘଣ୍ଟା ଭିତରେ କୋର୍ଟରେ ହାଜର କରାଯିବ ।

Most wanted Tahbur Rana reaches in India

କାନାଡ଼ାର ନାଗରିକ ଓ ପାକିସ୍ତାନୀ ମୂଳ ବାସିନ୍ଦା ତହବୁରକୁ ଆମେରିକାର ଲସ୍ ଏଞ୍ଜେଲସ୍ ଡିଟେନସନ ସେଣ୍ଟରରେ ରଖାଯାଇଥିଲା। ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ୬୪ ବର୍ଷୀୟ ଆତଙ୍କୀ ଆମେରିକାରେ ଦୋଷୀ ସାବ୍ୟସ୍ତ ହୋଇ ୧୩ ବର୍ଷ ସଜା କାଟୁଛି। ସେ ପାକିସ୍ତାନୀ ଆତଙ୍କୀ ଡେଭିଡ୍ ହେଡଲି ସହ ମିଶି ଷଡ଼ଯନ୍ତ୍ରରେ ସାମିଲ ଥିଲା ବୋଲି ଭାରତ ଦାବି କରୁଛି। ଭାରତରେ ତା'ର ଜେରା ଓ ବିଚାର ପାଇଁ ପ୍ରତ୍ୟର୍ପଣ କରିବାକୁ ରାଜି ହୋଇଥିଲା ଆମେରିକା। ତହୱୁର ରାଣାକୁ ଭାରତ ଆଣିବା ଏକ କୁଟନୈତିକ ବିଜୟ ବୋଲି କୁହାଯାଉଛି ।

-୨୬/୧୧ ଘଟଣାର ମାଷ୍ଟରମାଇଣ୍ଡ୍‌ ତହବୁର ରାଣା
-ତହବୁର ପ୍ରଥମ କିଛି ସପ୍ତାହ ପାଇଁ ଏନଆଇଏ ହେପାଜତରେ ରହିବ
-ଗୃହ ମନ୍ତ୍ରଣାଳୟର ଅଧିକାରୀ ଓ ଏନଏସଏ ଡୋଭାଲ ଏହାର ତଦାରଖ କରିବେ
-ତହବୁର ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ୍‌
-ଆଇଏସଆଇ ଏବଂ ଲସ୍କର-ଏ-ତୈବାର ସଦସ୍ୟ ରାଣା
-ରାଣାଙ୍କୁ ଡେଭିଡ୍‌ କୋଲମ୍ୟାନ୍‌ ହେଡଲିର ଜଣେ ଘନିଷ୍ଠ ସହଯୋଗୀ
- ଆକ୍ରମଣ ପୂର୍ବରୁ ତହବୁର ଏବଂ ହେଡଲିଙ୍କ ମଧ୍ୟରେ ଅନେକ ବୈଠକ ହୋଇଥିଲା
-ଗିରଫ ହେଡଲି ବୟାନରେ ରାଣା ନାଁ ନେଇଥିଲା
-ହେଡଲି ହେଉଛି ସେହି ଆତଙ୍କବାଦୀ ଯିଏ ଆକ୍ରମଣ ପୂର୍ବରୁ ମୁମ୍ବାଇ ଆସିଥିଲା
- ମୁମ୍ବାଇର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ରେକି କରିଥିଲା
-ମୁମ୍ବାଇକୁ ଆଇଏସଆଇ ଏବଂ ପାକିସ୍ତାନ ପଠାଇଥିଲା ଲସ୍କର-ଏ-ତୈବାର ଆତଙ୍କୀ
-ପ୍ରତ୍ୟର୍ପଣ ପାଇଁ ଭାରତ ଆମେରିକା ନିକଟରେ ଦୀର୍ଘଦିନ ହେବ ଦାବି କରୁଥି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+