Get Updates
Get notified of breaking news, exclusive insights, and must-see stories!

ଜଳିଲା ୧୬୦ କାର , ୨୬୩ ଜଣ ପୋଲିସ ଆହତ... ନେପାଳ ପରେ, ଏହି ଦେଶରେ ଜେନେରାଲ ଜେନ-ଜିଙ୍କ ତାଣ୍ଡବ

ନେପାଳ ପରେ ଏବେ ମରୋକ୍କୋରେ ଜେନ-ଜିଙ୍କ ତାଣ୍ଡବ । ୨୦୩୦ରେ ହେବାକୁ ଥିବା ଫିଫା ବିଶ୍ୱକପରେ କୋଟି କୋଟି ଟଙ୍କାର ବଜେଟକୁ ନେଇ କ୍ରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଯୁବପିଢ଼ି । ୫ ଦିନ ଧରି ଚାଲିଥିବା ଏହି ହିଂସାତ୍ମକ ପ୍ରଦର୍ଶନରେ ମରୋକ୍କୋ ସହର ପୂରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରଦର୍ଶନ ଏତେ ଉଗ୍ର ହୋଇଛି ଯେ ପ୍ରଦର୍ଶନକାରୀମାନେ ୧୬୦ରୁ ଅଧିକ ଗାଡ଼ି ପୋଡ଼ି ଦେଇଛନ୍ତି । ଏଥିରେ ୨୦୦ରୁ ଅଧିକ ପୁଲିସ କର୍ମୀ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Morocco

ସେପଟେ ଜେନ-ଜିଙ୍କ ପ୍ରଦର୍ଶନ ଉପରେ ଆକ୍ସନ ନେଇଛି ପୁଲିସ । ୪୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ ହୋଇଛନ୍ତି । ଜେନ୍-ଜିଙ୍କ ଦାବି ରହିଛି କି, ସରକାର ଫିଫା ବିଶ୍ୱକପ୍ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟ୍ ପ୍ରସ୍ତୁତ କରିଛନ୍ତି । ହେଲେ ସ୍କୁଲ ଏବଂ ହସ୍ପିଟାଲ ଗୁଡ଼ିକର ବିକାଶ ପାଇଁ କାହିଁକି ଅନୁଦାନ ଦେଉନାହାନ୍ତି । ଏହାକୁ ନେଇ ପୂରା ଦେଶରେ ଜେନ-ଜି ରାଜରାସ୍ତାରେ ତାଣ୍ଡବ ରଚିଛନ୍ତି । ମରକ୍କୋ ଗୃହ ମନ୍ତ୍ରଣାଳୟ କହିଛି କି, ସାର୍ବଜନୀନ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ସୁଧାର ଦାବି କରି ଏହି ଆନ୍ଦୋଳନ ଚାଲିଛି ।

୫ ଦିନ ଧରି ମରକ୍କୋର ବିଭିନ୍ନ ସହରରେ ଜେନ-ଜିମାନେ ପ୍ରଦର୍ଶନ ଜାରି ରଖିଛନ୍ତି । ଅନଲାଇନରେ ଏକ ଗ୍ରୁପ କରି ଜେନ-ଜି ମାନେ ବିଭିନ୍ନ ସ୍ଥାନରେ ଠୁଳ ହେଉଛନ୍ତି ଓ ହିଂସାତ୍ମକ ପ୍ରଦର୍ଶନ କରୁଛନ୍ତି । ବିଶେଷ କରି ପ୍ରଦର୍ଶନକାରୀମାନେ ସୁରକ୍ଷା କର୍ମୀଙ୍କ ସହ ଗଣ୍ଡଗୋଳ କରୁଛନ୍ତି । ପ୍ରଦର୍ଶନ ବେଳେ ମାରଣାସ୍ତ୍ର ବ୍ୟବହାର କରୁଥିବା କଥା ମରୋକ୍କୋ ସରକାର ଅଭିଯୋଗ କରୁଛନ୍ତି । ଏଲ୍ ଖଲଫି ନିଶ୍ଚିତ କରିଥିଲେ ଯେ ୪୦୯ ଜଣଙ୍କୁ ଅଟକ ରଖାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+