ମିଆଁମାରରେ ଏୟାର ଷ୍ଟ୍ରାଇକ, ଶତାଧିକ ମୃତ
ମିଆଁମାର:ମିଆଁମାରରେ ସେନାର ଏୟାର ଷ୍ଟ୍ରାଇକରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି । ସାଗାଇଙ୍କ ପ୍ରଦେଶକ ପାଜିଗି ଗାଁରେ ସାମରିକ ଶାସନ ବିରୋଧରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ କରାଯାଇଥିଲା ଆକ୍ରମଣ । ସୂଚନା ଅନୁସାରେ ଆକଶମାର୍ଗରୁ ବୋମାମାଡ଼ ସହ ସେନା ଗୁଳିମାଡ଼ କରିଥିଲା । ଏହି ଆକ୍ରମଣରେ ମୃତକଙ୍କ ମଧ୍ୟରେ ୩୦ ଶିଶୁ ଥିବା ନେଇ ସୂଚନା ରହିଛି ।
ସୂଚନା ଅନୁସାରେ, ମଙ୍ଗଳବାର ସକାଳ ପ୍ରାୟ ୮ଟା ସମୟରେ ଏକ ସାମରିକ ଶାସନ ବିରୋଧରେ ଆନ୍ଦୋଳନ ପାଇଁ ସ୍ଥାନୀୟ କାର୍ଯ୍ୟାଳୟକୁ ଉଦଘାଟନ କରିବା ପାଇଁ ଏକ ଜନସମାଗମ ହୋଇଥିବା ବେଳେ ମିଆଁମାର ସେନା ଆକ୍ରମଣ କରିଥିଲା । ସେନାର ଏଭଳି ବର୍ବରକାଣ୍ତକୁ ଜାତିସଂଘ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି । ଏୟାର ଷ୍ଟ୍ରାଇକ ହୋଇଥିବା ସ୍ଥାନ ଦେଶର ଦ୍ୱିତୀୟ ବୃହତ୍ତମ ସହର ମାଣ୍ତାଲାଇଠାରୁ ପ୍ରାୟ ୧୧୦ କିଲୋମିଟର ଉତ୍ତରରେ ଅବସ୍ଥିତ ।

ଫେବୃଆରୀ ୨୦୨୧ରେ ସେନା ଆକ୍ରମଣ ପରେ ମିଆଁମାରରେ ଅସ୍ଥିରତା ଜାରି ରହିଛି । ସେନା ଅଙ୍ଗ ସାନ ସୁ କିଙ୍କ ନିର୍ବାଚିତ ସରକାରକୁ ପରାସ୍ତ କରି କ୍ଷମତା ଦଖଲ କରିଥିଲେ। ଯାହାରୁ ଦେଶବାସୀ ବିରୋଧ କରିଆସୁଛନ୍ତି ।












Click it and Unblock the Notifications