ଧସିଲା କୋଲଟାନ୍ ଖଣି: ୨୦୦ରୁ ଅଧିକ ମୃତ ,ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା
କଙ୍ଗୋର ପୂର୍ବ ଭାଗରେ ଥିବା ରୁବାୟା କୋଲଟାନ୍ ଖଣିରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ମୃତକଙ୍କ ମଧ୍ୟରେ ଶ୍ରମିକ ଓ ମହିଳା ମଧ୍ୟ ଅଛନ୍ତି। ପ୍ରବଳ ବର୍ଷା ଯୋଗୁ ଖଣିର ମାଟି ଧସିଯାଇଥିଲା।

ଯାହା ଫଳରେ ସେଠାରେ କାମ କରୁଥିବା ଲୋକେ ମାଟି ତଳେ ପୋତି ହୋଇଯାଇଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲଗାତାର ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଉଦ୍ଧାର ସରଞ୍ଜାମର ଅଭାବ ଯୋଗୁ ଦୁର୍ଗମ ପାହାଡିଆ ଅଞ୍ଚଳରେ ସାହାଯ୍ୟ ଓ ରିଲିଫ୍ ସାମଗ୍ରୀ ପହଞ୍ଚାଇବାରେ ବହୁତ ବିଳମ୍ବ ହେଉଛି। ଭୂମିସ୍ଖଳନର ବିପଦ ଜାରି ରହିଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରଭାବିତ ଅଞ୍ଚଳରୁ ଦୂରେଇ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା
ପ୍ରାରମ୍ଭିକ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୨୦୦ ରୁ ଅଧିକ ବୋଲି କୁହାଯାଇଥିଲା, କିନ୍ତୁ ଜଣେ ବରିଷ୍ଠ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ, ଏହି ସଂଖ୍ୟା ୨୨୭ କୁ ବୃଦ୍ଧି ପାଇଛି। ପ୍ରାୟ ୨୦ ଜଣ ଗୁରୁତର ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଛି। ଉଦ୍ଧାରକାରୀ ଦଳଙ୍କ ଅନୁସାରେ ଆବର୍ଜନା ସଫା ହେବା ସହିତ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି।












Click it and Unblock the Notifications