ପ୍ରକୃତିର ତାଣ୍ଡବ, ମିଆଁମାର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୮୮ ଛୁଇଁଲାଣି
ପ୍ରକୃତିର ତାଣ୍ଡବ ଆଗରେ କିଏ ବା କ'ଣ କରିପାରିବ। ଯେମିତି ଆଜିର ଭୟଙ୍କର ଭୂମିକମ୍ପ। ମିଆଁମାରଠୁ ଆରମ୍ଭ କରି ଥାଇଲାଣ୍ଡ ସବୁଠି ମୃତ୍ୟୁର ତାଣ୍ଡବ ରଚି ଦେଇଗଲା ପ୍ରକୃତି। କେଇ ମିନିଟର ଭୂକମ୍ପ ସବୁ କିଛି ଛାରଖାର କରିଦେଲା। ଆଉ ପରିବେଶ ଶାନ୍ତ ପଡିବା ବେଳକୁ ଚାରିଆଡେ ଶବ ବିଛେଇ ହୋଇ ପଡିଥିଲା।
ହଁ ଭୟଙ୍କର ଭୂକମ୍ପରେ ଉଭୟ ମିଆଁମାର ଏବଂ ଥାଇଲାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଶହେ ଟପିଛି ମୃତକଙ୍କ ସଂଖ୍ୟା। ତେବେ ବର୍ତ୍ତମାନ ସୁଦ୍ଧା ୧୮୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ, ୮୦୦ ଜଣ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସେପଟେ ପ୍ରକୃତିର ଏହି ତାଣ୍ଡବଲୀଳାରେ ଅନେକ ବଡ ବଡ କୋଠା ଭୁଶୁଡି ପଡିଛି । ଖାଲି କୋଠା କି ରାସ୍ତା ନୁହେଁ ମଲ୍, ହସ୍ପିଟାଲ, ରେଳ ଷ୍ଟେସନ, ବିମାନବନ୍ଦର, ସ୍କୁଲ, କଲେଜ, ବଜାରରେ ଏମିତି ଅନେକ ସ୍ଥାନରେ ଲୋକେ ଭୂକମ୍ପ ଦ୍ବାରା ପ୍ରଭାବିତ ହୋଇଛନ୍ତି ଆଉ ମୃତାହତ ବି ହୋଇଛନ୍ତି । ଯଦିଓ ସରକାରୀ ସ୍ତରରେ କୌଣସି ସୂଚନା ମିଳିନି ତେବେ ଭୂକମ୍ପରେ ମୃତକଙ୍କ ସଂଖ୍ୟା ଏବେ ୧୮୬ ହୋଇଥିବା ବେଳେ ଏହା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।
ଦୁଇ ଦୁଇଟି ବିରାଟ୍ ଭୂକମ୍ପ ଝଟକାରେ ଦୋହଲି ଯାଇଛି ମିଆଁମାର ଓ ଥାଇଲାଣ୍ଡ । ପ୍ରକୃତି ରଚିଛି ତାଣ୍ଡବଲୀଳା । ଧ୍ୱଂସର ଏହି ଭୟଙ୍କର ଝଟକା ପରେ ମିଆଁମାରଠୁ ଥାଇଲାଣ୍ଡ ସବୁଠି ହାହାକାର, ସବୁଠି ଜୀବନ ପାଇଁ ସଂଘର୍ଷ ଏବଂ ସବୁଠି ଜୀବନ-ମୃତ୍ୟୁ ଭିତରେ ଟଣାଓଟରା ।












Click it and Unblock the Notifications