୧୦୦ ଅଧିକାରୀଙ୍କୁ ବରଖାସ୍ତ କଲେ ଟ୍ରମ୍ପ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ....

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ପରିଷଦ (NSC)ରେ ନିଯୁକ୍ତ ୧୦୦ ଅଧିକାରୀଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଜାତୀୟ ସୁରକ୍ଷାକୁ ସୁଦୃଢ଼ ​​କରିବା ଉଦ୍ଦେଶ୍ୟରେ ଟ୍ରମ୍ପ ଏପରି ନିଷ୍ପତ୍ତି ନେଇଛନ୍ତି । ଆମେରିକାରେ ଡିପ୍-ଷ୍ଟେଟ୍ ସମାପ୍ତ କରିବା ପାଇଁ ଟ୍ରମ୍ପଙ୍କ ବର୍ତ୍ତମାନର ନିଷ୍ପତ୍ତି (କାର୍ଯ୍ୟକାରୀ) NSA ମାର୍କୋ ରୁବିଓଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି।

ସୂଚନା ଅନୁସାରେ, ଯେଉଁ ୧୦୦ ଅଧିକାରୀଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ସମ୍ପର୍କିତ ପରିଷଦକୁ ହଟାଯାଇଛି, ସେମାନେ ସମସ୍ତେ ଇଣ୍ଡୋ-ପାସିଫିକ୍‌, ଇରାନ ଓ ୟୁକ୍ରେନ ସହ ଜଡିତ ଡେସ୍କରେ ମୁତୟନ ଥିଲେ। ଇଣ୍ଡୋ-ପାସିଫିକ୍‌‌ରେ ଭାରତ ଓ ଚୀନ୍‌କୁ ନେଇ ପୁରା ଦକ୍ଷିଣ ଏବଂ ପୂର୍ବ ଏସିଆ ସାମିଲ ରହିଛି। ନିକଟରେ ଭାରତ-ପାକିସ୍ତାନ ଭିତରେ ହୋଇଥିବା ସାମରିକ ସଂଘର୍ଷରେ ହସ୍ତକ୍ଷେପକୁ ନେଇ ଟ୍ରମ୍ପ ପ୍ରଶାସନକୁ ଜୋରଦାର ସମାଲୋଚନା କରାଯାଇଥିଲା।

trump

'ଅପରେସନ୍ ସିନ୍ଦୂର'ର ୪ ଦିନ ଭିତରେ ୧୦ ମଇରେ ଟ୍ରମ୍ପ ହଠାତ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତିର ଘୋଷଣା କରିଥିଲେ। ପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର କହିଥିଲେ, ଭାରତ ଓ ପାକିସ୍ତାନ ଟ୍ରମ୍ପଙ୍କ ସହ ବିବାବ( ଓ ଯୁଦ୍ଧ-ବିରତି)କୁ ନେଇ ସ୍ବାଭାବିକ ଭାବରେ ଆଲୋଚନା କରୁଥିଲେ। କିନ୍ତୁ ପ୍ରଶଂସା ପାଇଁ ପାଇଁ ଟ୍ରମ୍ପ ଅସ୍ତ୍ରବିରତି ପାଇଁ ନିଜେ ନିଜକୁ କ୍ରେଡିଟ୍ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+