ବର୍ଷା ନେଲା ୧୮ ଜୀବନ !
ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମୌସୁମୀ ବର୍ଷା ଜନିତ ପରିସ୍ଥିତି ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରେ ୧୧ ଜଣ ଶିଶୁ ରହିଛନ୍ତି । ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦେଇଥିବା ସୂଚନା ଅନୁଯାୟୀ ବର୍ଷା ଜନିତ ପରିସ୍ଥିତି ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ୫୭ ଜଣ ଆହତ ହୋଇଛନ୍ତି ।

ବହୁ ଘର ଭୁଶୁଡ଼ି ପଡ଼ିବା ଫଳରେ ମୃତାହତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପାଣିପାଗ ସୂଚନା ଅନୁଯାୟୀ ଲାହୋର, ସିଆଲକୋର୍ଟ୍, ଫୈସଲାବାଦ୍ ଏବଂ ଗୁଜଲ୍ୱାଲା ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ପ୍ରାଧିକରଣ ସୂଚନା ଦେଇଛି ।












Click it and Unblock the Notifications