ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନାଁରେ ମାମଲା ରୁଜୁ କଲା ଇଡି
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମସ୍ୟା ବଢିଚାଲିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିଛି। ମହୀଶୁର ନଗର ଉନ୍ନୟନ ପ୍ରାଧିକରଣ(ଏମ୍ୟୁଡିଏ) ମାମଲାରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସମସ୍ୟା ବୃଦ୍ଧି ପାଇଛି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଲୋକାୟୁକ୍ତଙ୍କ ଏଫଆଇଆର ବିଷୟରେ ତଦାରଖ କରି ସିଦ୍ଦରମୈୟାଙ୍କ ବିରୋଧରେ ଟଙ୍କା ହେରଫେର ମାମଲା ରୁଜୁ କରିଛି।
ଗତ ସପ୍ତାହରେ ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର ଅଦାଲତ ଲୋକାୟୁକ୍ତ ପୋଲିସକୁ ସିଦ୍ଦରମୈୟାଙ୍କୁ ଏହି ମାମଲାରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟଙ୍କୁ ସେ ଅନୁରୋଧ କରିଥିଲେ। ଅନୁରୋଧ କ୍ରମେ ଅଗଷ୍ଟରେ ରାଜ୍ୟପାଳ ଲୋକାୟୁକ୍ତ ପୁଲିସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହା ବିରୁଦ୍ଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ମାତ୍ର ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ମାମଲା ରୁଜୁ ନିର୍ଦ୍ଦେଶ ଦେବା ପରେ ଲୋକାୟୁକ୍ତ ପରେ ଇଡି ଏବେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସିଦ୍ଧରମୈୟା ତାଙ୍କ ପତ୍ନୀ ବିଏମ୍ ପାର୍ବତୀଙ୍କୁ ମୁଡା ପକ୍ଷରୁ ୧୪ଟି ଜାଗା ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ ୨୦୧୧ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କୁ ମହୀଶୂର ନଗର ଉନ୍ନୟନ କର୍ତ୍ତୃପକ୍ଷ ସମସ୍ତ ନିୟମ ଉଲ୍ଲଂଘନ କରି ୧୪ଟି ଆବାସ ସ୍ଥଳ ଦେଇଥିଲେ।
ରାଜ୍ୟରେ ବିରୋଧୀ ଭାରତୀୟ ଜନତା ପାର୍ଟି ଏହି ପ୍ରସଙ୍ଗରେ ଲଗାତାର ବିକ୍ଷୋଭ ପ୍ରଦର୍ଶନ କରୁଛି ଏବଂ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଇସ୍ତଫା ଦାବି କରୁଛି। ଲୋକାୟୁକ୍ତଙ୍କ ଦ୍ୱାରା ରୁଜୁ ହୋଇଥିବା ମାମଲାରେ ସିଦ୍ଧରମୈୟାଙ୍କୁ ଏକ ନମ୍ବର ଅଭିଯୁକ୍ତ କରାଯାଇଥିବାବେଳେ, ତାଙ୍କ ପତ୍ନୀ ବିଏମ୍ ପାର୍ବତୀଙ୍କୁ ୨ ନମ୍ବର, ତାଙ୍କ ଭିଣୋଇ ମଲ୍ଲିକାର୍ଜୁନ ସ୍ୱାମୀ ଙ୍କୁ ୩ ନମ୍ବର ଏବଂ ଦେବରାଜୁଙ୍କୁ ଅଭିଯୁକ୍ତ କରାଯାଇଛି, ଯେଉଁମାନଙ୍କଠାରୁ ମଲ୍ଲିକାର୍ଜୁନ ସ୍ୱାମୀ ଜମି କିଣି ପାର୍ବତୀଙ୍କୁ ଉପହାର ଦେଇଥିଲେ, ତାଙ୍କୁ ୪ ନମ୍ବର ଅଭିଯୁକ୍ତ କରାଯାଇଛି।












Click it and Unblock the Notifications