ଇରାନ ଏୟାରବେସ୍ ଉପରେ ଇସ୍ରାଏଲର ବଡ଼ ଏୟାରଷ୍ଟ୍ରାଇକ,୧୫ରୁ ଅଧିକ ବିମାନ .....
ଇସ୍ରାଏଲୀ ସେନା ଦାବି କରିଛି ଯେ ସେମାନେ ପଶ୍ଚିମ, ପୂର୍ବ ଏବଂ ମଧ୍ୟ ଇରାନର ଛଅଟି ଏୟାରବେସ୍ ଉପରେ ଏୟାରଷ୍ଟ୍ରାଇକ କରିଛନ୍ତି ଏବଂ ୧୫ଟି ଇରାନୀ ଯୁଦ୍ଧ ବିମାନକୁ ଖସାଇ ଦେଇଛନ୍ତି। ଏକ୍ସ ରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ ଇସ୍ରାଏଲ କହିଛି ଯେ ଆଇଡିଏଫ୍ ଡ୍ରୋନ ୧୫ଟି ଇରାନୀ ବିମାନ ଏବଂ ହେଲିକପ୍ଟରକୁ ନଷ୍ଟ କରିଛି। ପୋଷ୍ଟ ସହିତ ସଂଲଗ୍ନ ଏକ ଫଟୋରେ ମେହରାବାଦ, ମାଶାଦ, ଡେଜଫୁଲ ଏୟାରବେସ୍କୁ ଟାର୍ଗେଟ କରାଯାଇଥିବା ଦେଖାଯାଇଛି। ଏହି ଆକ୍ରମଣ କେବେ ହୋଇଥିଲା ତାହା ସ୍ପଷ୍ଟ ହୋଇଛି। ସେପଟେ ଇରାନ ଏପର୍ଯ୍ୟନ୍ତ ଆକ୍ରମଣକୁ ନିଶ୍ଚିତ କରିନାହିଁ।

ଇରାନର ଛଅଟି ଏୟାରବେସ୍ ଉପରେ ୧୫ରୁ ଅଧିକ ବିମାନ ଏୟାର ଷ୍ଟ୍ରାଇକରେ ନଷ୍ଟ ହୋଇଥିବା କହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଇରାନର ମିସାଇଲ ଷ୍ଟୋରେଜ୍ ଉପରେ ମଧ୍ୟ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଏଥିରେ ବହୁ ପରିମାଣର ସର୍ଫେସ୍ ଟୁ ସର୍ଫେସ୍ ମିସାଇଲ ନଷ୍ଟ ହୋଇଥିବା ଆଇଡିଏଫ ଦାବି କରିଛି । ଏହି ଆକ୍ରମଣରେ ଇରାନର ୩ଟ F-14 ଟୋମକ୍ୟାଟ ଫାଇରାନର, ୨ଟ F-5 ଫାଇଟର ଏବଂ ୮ 10ଟି AH-1 ଆକ୍ରମଣକାରୀ ହେଲିକପ୍ଟର ନଷ୍ଟ ହୋଇଛି। ଇସ୍ରାଏଲ ବିପକ୍ଷରେ ବ୍ୟବହାର ହୋଇଥାନ୍ତା ଏହି ମିସାଇଲ ।
ଇସ୍ରାଏଲ ଜୁନ ୧୩ରେ ପ୍ରଥମେ ଇରାନ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ । ଇରାନର ପରମାଣୁ କେନ୍ଦ୍ରରେ ଏୟାର ଷ୍ଟ୍ରାଇକ କରିଥିଲା । ପରେ ପ୍ରତି ଆକ୍ରମଣ କରିଥିଲା । ଯୁଦ୍ଧ ୧୧ ଦିନରେ ପହଞ୍ଚିଥିବା ବେଳେ ଏହା ଭୟଙ୍କର ରୂପ ନେଇଛି ।












Click it and Unblock the Notifications