ଇରାନର ନୂଆ ସୁପ୍ରିମ୍ ଲିଡର ହେଲେ ମୁଜତାବା ଖାମେନେଇ
ଇରାନରେ ବଡ଼ ରାଜନୈତିକ ପରିବର୍ତ୍ତନ। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନିହତ ହେବା ପରେ ଦେଶର ନୂଆ ସୁପ୍ରିମ୍ ଲିଡର ଭାବେ ତାଙ୍କ ପୁଅ ମୁଜତାବା ଖାମେନେଇଙ୍କ ନାମ ଘୋଷଣା କରାଯାଇଛି । ମୁଜ୍ତାବା କହିଲେ ପ୍ରିୟଜନଙ୍କ ମୃତ୍ୟୁର ନିଆଯିବ ପ୍ରତିଶୋଧ । ଏହି ଆକ୍ରମଣ ଜାରି ରହିବ ।ସରକାରୀ ସୂତ୍ର ଅନୁସାରେ, ଦେଶର ସ୍ଥିରତା ଓ ଧାର୍ମିକ-ରାଜନୈତିକ ପରମ୍ପରାକୁ ଜାରି ରଖିବା ପାଇଁ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି ।
ଖାମେନେଇଙ୍କ ମୃତ୍ୟୁ ପରେ ଇରାନରେ ନେତୃତ୍ୱ ସଙ୍କଟ ନେଇ ଚର୍ଚ୍ଚା ଚାଲିଥିଲା । ଏହି ପରିସ୍ଥିତିରେ ମୁଜତାବାଙ୍କୁ ସର୍ବୋଚ୍ଚ ପଦବୀରେ ବସାଇବା ଦ୍ୱାରା ଦେଶର ନୀତି ଓ ପ୍ରଶାସନରେ ଅବିଚ୍ଛିନ୍ନତା ରହିବ ବୋଲି ସରକାର ଦାବି କରିଛି ।ନୂଆ ସୁପ୍ରିମ୍ ଲିଡର ଭାବେ ମୁଜତାବା ଖାମେନେଇ ଦେଶର ସେନା, ନ୍ୟାୟପାଳିକା ଓ ରାଜନୈତିକ ବ୍ୟବସ୍ଥାର ସର୍ବୋଚ୍ଚ ଅଧିକାର ଧାରଣ କରିବେ। ମଧ୍ୟ ପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ମଧ୍ୟରେ ଏହି ଘୋଷଣାକୁ ଆନ୍ତର୍ଜାତୀୟ ମଞ୍ଚ ଗୁରୁତ୍ୱ ସହିତ ନଜର ରଖିଛି ।

More From
-
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଇରାନ ସହିତ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଆମେରିକାର ସାଂସଦଙ୍କ ସମର୍ଥନ, ଯୁଦ୍ଧ ବନ୍ଦ ବିଲକୁ ପ୍ରତ୍ୟାଖ୍ୟାନ -
ଇରାନ୍ ଯୁଦ୍ଧର ଭୟଙ୍କର ରୂପ; ଏଯାବତ୍ ମଲେଣି ପ୍ରାୟ ୨ ଶହ ଶିଶୁ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
କୁଏତ୍ରେ ଦୂତାବାସ ବନ୍ଦ କଲା ଆମେରିକା -
ଇରାନର ନୂଆ ‘ସୁପ୍ରିମ୍ ଲିଡର’ ହେଲେ ମୋଜତାବା -
ସୁରେଶ ପୂଜାରୀ ଅସୁସ୍ଥ, ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର -
ହୋଇଛି ବଡ଼ ଯୋଜନା! କାହିଁକି ରାଜ୍ୟସଭା ଯିବେ ନୀତୀଶ? -
ହୋଲିରେ କର୍ମଚାରୀଙ୍କୁ ବଡ଼ ଉପହାର, ୩% ବଢିଲା ମହଙ୍ଗା ଭତ୍ତା -
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ -
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ....












Click it and Unblock the Notifications