Get Updates
Get notified of breaking news, exclusive insights, and must-see stories!

ଇରାନର ନୂଆ ‘ସୁପ୍ରିମ୍ ଲିଡର’ ହେଲେ ମୋଜତାବା

ଇରାନକୁ ମିଳିଲା ନୂଆ ସର୍ବୋଚ୍ଚ ନେତା । ଖାମେନେଇଙ୍କ ପୁଅ ମୋଜତାବାଙ୍କ ହାତକୁ ଗଲା ଦେଶର ଶାସନ ଡୋରି । ବାପାଙ୍କ ପରେ ଏବେ ପୁଅ । ଇରାନର ନୂଆ 'ସୁପ୍ରିମ୍ ଲିଡର' ହେଲେ ମୋଜତାବା । ଯୁଦ୍ଧ ଭିତରେ ବଦଳିଲେ ଇରାନର ଶାସକ ।

upreme Leade

ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ତାଙ୍କ ଦ୍ୱିତୀୟ ପୁଅ ୫୬ ବର୍ଷିୟ ମୋଜତାବା ହୁସେନି ଖାମେନେଇ ଇରାନର ନୂଆ ସର୍ବୋଚ୍ଚ ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଇରାନର 'ଆସେମ୍ବଲି ଅଫ୍ ଏକ୍ସପର୍ଟସ' ମୋଜତାବାଙ୍କ ନାମରେ ମୋହର ମାରିଛନ୍ତି । ଇରାନର ଶକ୍ତିଶାଳୀ ସେନା 'ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ' (IRGC) ର ପ୍ରବଳ ଚାପ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ।

୨୮ ତାରିଖରେ ଆମେରିକା ଓ ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଅଲି ଖାମେନେଇଙ୍କ ମୃତ୍ୟୁ ଘଟିଥିଲା । ପରେ ଦେଶରେ ନେତୃତ୍ୱ ଶୂନ୍ୟ ହୋଇଯାଇଥିଲା । ମୋଜତାବା ଦୀର୍ଘ ଦିନ ଧରି ତାଙ୍କ ବାପାଙ୍କ କାର୍ଯ୍ୟାଳୟରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଭାବରେ କାମ କରିଆସୁଛନ୍ତି । ସେନା ଓ ଗୁପ୍ତଚର ବିଭାଗ ଗଭୀର ଭାବରେ ଜଡ଼ିତ ।

୨୦୦୯ରେ ଇରାନରେ ହୋଇଥିବା ବିକ୍ଷୋଭକୁ ଦମନ କରିବାରେ ତାଙ୍କର ବଡ଼ ଭୂମିକା ଥିଲା । ଖାମେନେଇଙ୍କ ପୁଅଙ୍କୁ ନେତା କରିବା ଦ୍ୱାରା ଇରାନରେ ପୁଣି ଥରେ 'ରାଜା ଶାସନ' ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଦେଶ ଭିତରେ ଓ ବାହାରେ ବିରୋଧ ହୋଇପାରେ । ଏ ନେଇ ଇରାନ ସରକାରୀ ଭାବେ ଏପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+