୩ ଦିନିଆ ଶ୍ରୀଲଙ୍କା ଗସ୍ତରେ ମୋଦି, ବିମାନବନ୍ଦରରେ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ

ଦୁଇଦିନିଆ ଥାଇଲାଣ୍ଡ ଗସ୍ତ ସାରି ଶ୍ରୀଲଙ୍କାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ବିମଷ୍ଟେକ୍ ସମ୍ମିଳନୀରେ ଯୋଗ ଦେବା ପରେ ତିନିଦିନିଆ ଶ୍ରୀଲଙ୍କା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । କଲମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପାରମ୍ପରିକ ନୃତ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହା ସହିତ ଭାରତୀୟ ସମୁଦାୟ ମୋଦିଙ୍କୁ ଭେଟି ଖୁସି ବ୍ୟକ୍ତ କରିଥିଲେ ।

nodi

ଭାରତୀୟ ସମୁଦାୟଙ୍କୁ ଭେଟିବା ସମୟରେ ପ୍ରଧାନମନ୍ତ୍ରୀ ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ, ଶ୍ରୀ ଶ୍ରୀ ମାଧବଦେବଙ୍କ ଚିନ୍ତାଧାରାରେ ଅନୁବାଦ, ସଙ୍ଗୀତ ଉପରେ ପୁସ୍ତକ, ପାଲିରେ ଗୀତ ଗୋବିନ୍ଦର କିଛି ଅଂଶ ତାଙ୍କୁ ଦେଖିବାକୁ ପାଇଥିଲେ । ପପେଟ୍ ଶୋ ମଧ୍ୟ ଦେଖିଥିଲେ ପିଏମ୍ । ବିମ୍‌ଷ୍ଟେକ୍ ସମ୍ମିଳନୀ ପରେ ଶ୍ରୀଲଙ୍କା ଗସ୍ତରେ ବାହାରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ୩ ଦିନିଆ ଗସ୍ତରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ ଓ ଯୋଗାଯୋଗ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ରାଜିନାମା ସ୍ୱାକ୍ଷର ହୋଇପାରେ । ୧୦ଟି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ୨୦୧୯ରେ ଶ୍ରୀଲଙ୍କା ଗସ୍ତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+