ମୋଦି-ଜିନପିଙ୍ଗ ଭେଟଘାଟ୍: ବ୍ରିକ୍ସ ସମ୍ମିଳନୀରେ ଏକାଠି ହେଲେ ଉଭୟେ ନେତା, ମୋଦି କହିଲେ, ଚୀନ ଆମର ଐତିହାସିକ ବନ୍ଧୁ

Modi-Jinping Meet: ବ୍ରିକ୍ସ ସମ୍ମିଳନୀରେ ଏକାଠି ନଜର ଆସିଲେ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗ । ବିଶ୍ୱର ଦୁଇ ଶକ୍ତିଶାଳୀ ନେତାଙ୍କ ଆଲୋଚନାକୁ ଦେଖିଲା ସାରା ବିଶ୍ୱ । ସାଉଥ୍ ଆଫ୍ରିକାରେ ଆୟୋଜିତ ବ୍ରିକ୍ସ ସମ୍ମଳିନୀରେ ଚୀନକୁ ଐତିହାସିକ ବନ୍ଧୁ ରାଷ୍ଟ୍ର ବୋଲି କହି ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ।

ତେବେ ବ୍ରିକ୍ସ ସମ୍ମିଳନୀରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗ । ଅନୌପଚାରିକ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ଚୀନ ରାଷ୍ଟ୍ରପତି ଜିନପିଙ୍ଗ ।

Modi-Jinping Meet

ସାମ୍ନାକୁ ଆସିଥିବା ଭିଡିଓରେ ମୋଦି ଆଗେ ଆଗେ ଚାଲି ଚାଲି ଷ୍ଟେଜ ଉପରେ ଯାଉଥିବା ବେଳେ ତାଙ୍କ ପଛରେ ଜିନପିଙ୍ଗ ରହିଛନ୍ତି । ଷ୍ଟେଜ ଉପରେ ସେମାନଙ୍କ ପାଇଁ ପଡ଼ିଥିବା ଆସନ ନିକଟକୁ ଯିବା ବେଳେ ଉଭୟ ଦେଶର ନେତା ମାତ୍ର କିଛି ସେକେଣ୍ଡ ପାଇଁ ପରସ୍ପର ସହ କଥା ହୋଇଥିଲେ । ମୋଦି ହାତ ହଲାଇ କିଛି କହୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

ସୂଚନାଥାଉକି, ୨୦୨୦ ମେ' ମାସରୁ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ପୂର୍ବ ଲଦାଖ ସୀମାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକାଧିକ ରାଉଣ୍ଡ ବୈଠକ ମଧ୍ୟ ହୋଇଛି। କିନ୍ତୁ ଏଯାଏ ବିବାଦର କୌଣସି ଆଖି ଦୃଶିଆ ସମାଧାନ ହୋଇନାହିଁ।

ତେବେ ଅନ୍ୟଏକ ଖବର ଭାବେ ଆଜି ବ୍ରିକ୍ସରେ ୬ଟି ନୂଆ ଦେଶ ସାମିଲ ହୋଇଛନ୍ତି । ଆର୍ଜେଣ୍ଟିନା, ଇଥିଓପିଆ, ଇଜିପ୍ଟ, ଇରାନ, ୟୁଏଇ ଏବଂ ସାଉଦି ଆରବ ବ୍ରିକ୍ସରେ ଯୋଗଦେବେ । ଏମାନଙ୍କୁ ଜାନୁଆରୀ ୨୦୨୪ର ବ୍ରିକ୍ସର ସଦସ୍ୟ ଭାବେ ସଦସ୍ୟତା ମିଳିବ ବୋଲି ସୂଚନା ମିଳିଛି । ଜୋହାନ୍ସବର୍ଗରେ ଚାଲିଥିବା ୧୫ତମ ବ୍ରିକ୍ସ ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ରାମାଫୋସା ଏହି ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+