• search
For Quick Alerts
Turn On Notification  
For Daily Alerts

ଆଫ୍‌ଗାନ୍ ପ୍ରସଙ୍ଗରେ ରାଜନାଥ, ଡୋଭାଲ୍‌ଙ୍କ ସହ ମୋଦିଙ୍କ ଆଲୋଚନା

By Staff
|

ଆଫଗାନିସ୍ତାରେ ପ୍ରତିଦିନ ଘଟୁଥିବା ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହ ସାକ୍ଷାତ କରୁଛନ୍ତି । ତାଲିବାନର ଆଫଗାନିସ୍ତାନ ଉପରେ ସମ୍ପୁର୍ଣ୍ଣ କବଜା କରିବା ତଥା ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର କାବୁଲରେ ସକ୍ରୀୟତା ପରିପ୍ରେକ୍ଷୀରେ ଦେଶର ଶୀର୍ଷ ନେତାମାନଙ୍କ ମଧ୍ୟରେ ଅନୁÂିତ ଏହି ବୈଠକକୁ ଗୁରୁତ୍ୱପୂର୍ଣ ବିବେଚନା କରାଯାଉଛି । ଏହି ଶୀର୍ଷସ୍ତରୀୟ ବୈଠକରେ ଅର୍ଥ ମନ୍ତ୍ରୀ ନିର୍ମଳ ସୀତାରମନ୍ ଏବଂ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଉପସ୍ଥିତ ଅଛନ୍ତି

Modi on afghan issue

ଆଜିର ଆଲୋଚନାରେ ତାଲିବାନ ପ୍ରତି କିଭଳି ଆଭିମୁଖ୍ୟ ରହିବ, ସେନେଇ ଚର୍ଚ୍ଚା ହେବ ବୋଲି ଆଶା କରାଯାଉଛି । ତାଲିବାନ ଦ୍ୱାରା ଆଫଗାନିସ୍ତାନ ଉପରେ କବଜାର ପ୍ରାୟ ୩ ସପ୍ତାହ ପରେ ମଧ୍ୟ ସରକାର ଗଠନ ନେଇ କୌଣସି ସ୍ପଷ୍ଟତା ନାହିଁ । ତାଜିକସ୍ତାନରେ ଥିବା ଭାରତର ଟପ୍ ରେଜିମେଂଟ୍ ଫୋର୍ସ ଆଫଗାନ ଘଟଣାକୁ ନିକଟରୁ ଅନୁଧ୍ୟାନ କରୁଛି । ଏହାପୂର୍ବରୁ ଗତ ସପ୍ତାହରେ, କାତାରରେ ଭାରତର ରାଷ୍ଟ୍ରଦୂତ ଦୀପକ ମିତଲ ଦୋହାରେ ତାଲିବାନର ଏକ ବରିÂ ନେତାକୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Modi holds meeting on Afghan Issue with Rajnath and Doval
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X