ପୁଟିନଙ୍କ ସହ ୪୫ ମିନିଟ୍ କଥା ହେଲେ ମୋଦି: ଆଫଗାନିସ୍ତାନ ବିଷୟରେ ହେଲା ଆଲୋଚନା
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୪୫ ମିନିଟ୍ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଆଲୋଚନାରେ ମୁଖ୍ୟତଃ ଆଫଗାନିସ୍ତାନ ଏବଂ କୋଭିଡ୍ ମହାମାରୀ ସମୟରେ ଦୁଇଦେଶ ମଧ୍ୟରେ ସହଭାଗୀତା ପୂର୍ଣ୍ଣ କାର୍ଯ୍ୟ ସ୍ଥାନିତ ହୋଇଥିଲା ।

ଏହି ଆଲୋଚନା ସମ୍ପର୍କରେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି "ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନ୍ ସହ ଉପଯୋଗୀ ପୂର୍ଣ୍ଣ ଆଲୋଚନା ହେଲା । ଆଫଗାନିସ୍ତାନ ବିଷୟରେ ଇଣ୍ଡୋ-ରୁଷ୍ ଦ୍ୱିପାକ୍ଷିକ ଏଜେଣ୍ଡା ଏବଂ କୋଭିଡ୍ ମହାମାରୀ ବିରୋଧରେ ସହଭାଗୀତାରେ ମୁକାବିଲା କରିବା ନେଇ ଆଲୋଚନା ହୋଇଥିଲା । ଦୁଇ ରାଷ୍ଟ୍ର ପରସ୍ପର ସହଯୋଗ ମନୋବୃତି ନେଇ କାର୍ଯ୍ୟ କରିବାକୁ ସହମତି ପ୍ରକାଶ ପାଇଲା ।''
ଆଫଗାନିସ୍ତାନ ପ୍ରସଙ୍ଗ: ରୁଷ୍ ଏବଂ ଭାରତ ମଧ୍ୟରେ ବିଚାର ୫୦-୫୦
ରୁଷ୍ ଏବଂ ଭାରତ ମଧ୍ୟରେ ଆଫଗାନିସ୍ତାନ ପ୍ରସଙ୍ଗରେ ବିଚାର ୫୦-୫୦ ରହିଛି । କେତେକ ମୌକାରେ ରୁଷ୍ ଭାରତ ବଦଳରେ ପାକିସ୍ତାନର ସାଥୀ ଦେଉଥିବା ନଜରକୁ ଆସିଛି, ବରଂ ଆମେପ୍ରସଙ୍ଗରିକା ଭାରତର ପକ୍ଷ ନେଉଛି । ଗତମାସରେ ରୁଷ୍ର ଅଧ୍ୟକ୍ଷତାରେ ଆୟୋଜିତ ଟ୍ରୟକା ପ୍ଲସ୍ ବୈଠକରେ ଭାରତକୁ ରୁଷ୍ ଆମନ୍ତ୍ରିତ କରି ନଥିଲା । ରୁଷ୍ର ବୈଦେଶୀକ ମନ୍ତ୍ରୀ ସର୍ଗେଲ୍ ଲାବରେବ୍ ସଫେଇ ଦେଇଥିଲେ ଯେ, ଭାରତ ତାଲିବାନ୍ ସହ କିଛି ଖାସ୍ ସମ୍ପର୍କ ରଖିନାହିଁ ଏବଂ ତାଲିବାନ୍ ଉପରେ ଭାରତର କୌଣସି ପ୍ରଭାବ ନାହିଁ, ତେଣୁ ଭାରତକୁ ଏଥିରେ ଯୋଗଦେବାର ପ୍ରାସଙ୍ଗିକତା ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ ବୈଦେଶୀକ ମନ୍ତ୍ରୀ ଲାବରେବ୍ । ତେବେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ଯେ, ପାକିସ୍ତାନର ପ୍ରଭାବରେ ଆସି ରୁଷ୍ ଏଭଳି ପଦକ୍ଷେପ ଗ୍ରହଣ କରିଥିଲା ।
ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି ପୁଟିନ୍:

ଚଳିତ ବର୍ଷ ଶେଷ ଆଡକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଭାରତ ଗସ୍ତରେ ଆସୁଛନ୍ତି । ପ୍ରତିବର୍ଷ ଭାରତ ଏବଂ ରୁଷ୍ ନେତାଙ୍କ ସମ୍ମିଳନୀ ଆୟୋଜିତ ହେବାର ପରମ୍ପରା ରହିଛି । ଗୋଟେ ବର୍ଷ ଭାରତର ରାଷ୍ଟ୍ରାଧ୍ୟକ୍ଷ ରୁଷ୍ ଗସ୍ତରେ ଗଲେ, ପରବର୍ଷ ରୁଷ୍ର ରାଷ୍ଟ୍ରପତିଙ୍କ ଭାରତ ଆସିବାର ପରମ୍ପରା ରହିଛି । ଏହି ପରିପ୍ରେକ୍ଷୀ ଗତ ବର୍ଷ ଭାରତର ପାଳି ଥିବା ବେଳେ କରୋନା ମହାମାରୀ ଯୋଗୁ ମୋଦି ମସ୍କୋ ଯାଇପାରି ନଥିଲେ । ଯାହା ଭର୍ଚୁଆଲ୍ ଯୋଗେ ଅନୌପଚାରିକ ବୈଠକ ଅନୁÂିତ ହୋଇଥିଲା । ତେବେ ଏହିବର୍ଷ ପୁଟିନଙ୍କ ଭାରତ ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଗତ ମାର୍ଚ୍ଚମାସରେ ରୁଷ୍ ବୈଦେଶୀକ ମନ୍ତ୍ରୀ ଲାବରେବ୍ ଭାରତ ଗସ୍ତରେ ଆସି ତାଙ୍କ ଭାରତୀୟ ପ୍ରତିପକ୍ଷ ଏସ୍. ଜୟଶଙ୍କରଙ୍କ ସହ ପୁଟିନ୍ ଭାରତ ଗସ୍ତ କାର୍ଯ୍ୟକ୍ରମର ରୁପରେଖ ସମ୍ପର୍କରେ ଆଲୋଚନା କରିଥିଲେ ।
ନୂତନ ଶିଖରରେ ଭାରତ-ରୁଷ୍ ଦ୍ୱିପାକ୍ଷିକ ସମ୍ପର୍କ:
ଚଳିତ ବର୍ଷ ଜୁନ୍ ମାସରେ ଭାରତୀୟ ସମ୍ବାଦ ସରାବରାହ ସଂସ୍ଥା ପିଟିଆଇ ସହ ଆଲୋଚନା କରିବା ଅବସରରେ ଭ୍ଲାଦିମିର୍ ପୁଟିନ୍ କହିଥିଲେ, "ଭାରତ ହେଉଛି ରୁଷ୍ର ଏକମାତ୍ର ଏମିତି ଅଂଶୀଦାର ଯିଏକି ଉନ୍ନତ ହତିଆର ପ୍ରଣାଳୀ ଏବଂ ବୈଷୟୀକ ବିକାଶ ତଥା ନିର୍ମାଣ ପାଇଁ ମିଳିତ ଭାବରେ କାମ କରୁଛି ।"

ପୁଟିନ୍ କହିଥିଲେ, ଭାରତ ହେଉଛି ଏକମାତ୍ର ଦେଶ, ଯାହାକୁ ରୁଷ୍ ନିଜର ଟେକ୍ନୋଲୋଜି ପ୍ରଦାନ କରୁଛି । ଭାରତରେ ରୁଷ୍ ଅତ୍ୟାଧୁନିକ ହତିଆର୍ ନିର୍ମାଣ କରୁଛି, ତେବେ କେବଳ ସୁରକ୍ଷା ପ୍ରସଙ୍ଗ ନୁହେଁ, ଅନ୍ୟାନ୍ୟ ବହୁତ କିଛି ପ୍ରସଙ୍ଗରେ ମଧ୍ୟ ରୁଷ-ଭାରତ ସହଭାଗୀତାରେ କାମ କରୁଛନ୍ତି ବୋଲି କହିଥିଲେ ପୁଟିନ୍ ।












Click it and Unblock the Notifications