ଜର୍ମାନୀରେ ମୋଦିଙ୍କୁ ଭବ୍ୟ ସ୍ବାଗତ
ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଜର୍ମାନୀର ମୁନିଚରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ପ୍ରବାସୀ ଭାରତୀୟ ।
ବର୍ଲିନ: ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଜର୍ମାନୀର ମୁନିଚରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ପ୍ରବାସୀ ଭାରତୀୟ । ହର ହର ମହାଦେବ, ଭାରତ ମାତା କି ଓ ମୋଦି ମୋଦି ନାରାରେ କମ୍ପିଛି ସ୍ଥାନୀୟ ଅଞ୍ଚଳ ।

ଆଜିଠୁ 2 ଦିନିଆ ଜର୍ମାନୀ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏନେଇ ଜର୍ମାନୀର ଚାନସେଲର ଓଲାଫ ସ୍କୋଲେଜ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଆଜି ହେବାକୁଥିବା ସମ୍ମିଳନୀରେ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ ସୁରକ୍ଷା, ସ୍ବାସ୍ଥ୍ୟ, ଲିଙ୍ଗଗତ ସମାନତା ଏବଂ ଗଣତନ୍ତ୍ର ଉପରେ ଆୟୋଜିତ ଦୁଇଟି ଅଧିବେଶନକୁ ସମ୍ବୋଧିତ କରିବେ ।
"@Bundeskanzler ଓଲାଫ ସ୍କୋଲଜଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ @narendramodi ଜି-7 ଶିଖର ସମ୍ମିଳନୀ ପାଇଁ ଜର୍ମାନୀରେ ପହଞ୍ଚିଛନ୍ତି । ଜଳବାୟୁ, ଶକ୍ତି, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ, ଲିଙ୍ଗଗତ ସମାନତା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ @G7 ଆଲୋଚନାରେ ଅଂଶଗ୍ରହଣ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ମଧ୍ୟ ଅନେକ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟରେ କହିଛନ୍ତି।












Click it and Unblock the Notifications