ବାତ୍ୟା ଫେଙ୍ଗାଲ କ୍ଷତିଗ୍ରସ୍ତଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏହି ପରିବାରଙ୍କୁ ମିଳିବ ୫ ଲକ୍ଷ
ବାତ୍ୟା ପେଞ୍ଜଲ ପ୍ରଭାବିତ ତାମିଲନାଡୁ ବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଆଜି ଏକ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ । ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଝୁମ୍ପୁଡି ପାଇଁ ୧୦ହଜାର ଟଙ୍କା ସହାୟତା ଦିଆଯିବା ସହିତ ସରକାରୀ ଆବାସ ଯୋଜନାରେ ମଧ୍ୟ ପ୍ରାଥମିକତା ଦିଆଯିବ । ଧାନ କ୍ଷେତ ପାଇଁ କ୍ଷତିପୂରଣ ବାବଦକୁ ହେକ୍ଟର ପିଛା ୧୭ ହଜାର ଟଙ୍କା ଦିଆଯିବ ।
ଭିଲୁପୁରମ, କାଲାକୁରୁଚି, ତିରୁଭାନାମାଲାଇ, କୁଡାଲୋର, ଧର୍ମପୁରୀ ଏବଂ କୃଷ୍ଣଗିରିର ବନ୍ୟା ପ୍ରଭାବିତ ଲୋକଙ୍କୁ ୨ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ତାମିଲନାଡୁକୁ ସମସ୍ତ ପ୍ରକାର ସହାୟତା ଓ ସହଯୋଗ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି ।

ତାମିଲନାଡୁ ଏବଂ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ୍ କରିଥିବା ବାତ୍ୟା ଫେଙ୍ଗାଲ ରବିବାର ଏକ ଗଭୀର ଅବପାତରେ ଦୁର୍ବଳ ପରିଣତ ହୋଇଛି। କିନ୍ତୁ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ପ୍ରଭାବରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କିଛି ସ୍ଥାନ ପ୍ରଭାବିତ ହୋଇଛନ୍ତି। ତାମିଲନାଡୁର କୃଷ୍ଣଗିରି ଜିଲା ଗତ ଦୁଇ ଦିନ ମଧ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରେ ଅନେକ ଗାଡି ରାସ୍ତାରୁ ତଳିଆ ଅଞ୍ଚଳକୁ ବନ୍ୟାରେ ଭାସି ଯାଇଛି।
ଅଧିକାରୀଙ୍କ କହିବାନୁସାରେ, କୃଷ୍ଣଗିରି ଜିଲାରେ ଗତ ୧୪ ଘଣ୍ଟାରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ହୋଇଆସୁଛି।ଉଭୟ ତାମିଲନାଡୁ ଏବଂ ପୁଡୁଚେରୀ ଅଞ୍ଚଳରେ ବଞ୍ଚିତ ନାଗରିକଙ୍କୁ ଥଇଥାନ ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି।
ଭାରତୀୟ ସେନା ପୁଡୁଚେରୀର ବନ୍ୟା ଜଳରେ ବୁଡ଼ିଯାଇଥିବା ଏକ ଘରେ ଫସି ରହିଥିବା ଶିଶୁକୁ ଉଦ୍ଧାର କରିଥିଲା। ଆଇଆଇଟି ମାଡ୍ରାସର ଅନେକ ଲୋକ ତାମିଲନାଡୁର ତିରୁବନନାମାଲାଇ ଜିଲାର ଏକ ଭୂସ୍ଖଳନ ତଳେ ଫସି ରହିଥିବା ପରିବାରର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରବିବାର ଦିନ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଦଳ ଡଙ୍ଗା ସାହାଯ୍ୟରେ କୁଡାଲୋର ଜିଲ୍ଲାର ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିଛନ୍ତି।












Click it and Unblock the Notifications