ବାଉଳା ହେଲେ ବାଇଡେନ, ଜେଲେନସ୍କିଙ୍କୁ ପୁଟିନ ସମ୍ବୋଧନ କଲେ

ବଡ଼ ସଭା ମଞ୍ଚରେ ବାଉଳା ହେଲେ ଜୋ ବାଇଡେନ । ୮୧ ବର୍ଷୀୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ଉଦବୋଧନ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ପୁଟିନ୍ ବୋଲି କହିଥିଲେ । ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି । ନାଟୋ ରାଷ୍ଟ୍ରମାନଙ୍କୁ ନେଇ ଚାଲିଥିବା ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ 'ରାଷ୍ଟ୍ରପତି ପୁଟିନ' ଏବଂ କମଲା ହାରିସଙ୍କୁ 'ଟ୍ରମ୍ପ' ବୋଲି କହିଛନ୍ତି ।

ଏହି ଭୁଲ ସେ ଏପରି ସମୟରେ କରିଛନ୍ତି ଯେତେବେଳେ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ପ୍ରାଥୀତ୍ୱକୁ ନେଇ ପ୍ରଶ୍ନ ଉଠୁଛି । ବାଇଡେନଙ୍କ ଏହି ବାଉଳାମି ପାଇଁ କୁହାଯାଉଛି ଯେ, ତାଙ୍କର ସମର୍ଥକମାନେ ମଧ୍ୟ ତାଙ୍କୁ ନିର୍ବାଚନ ଦୌଡରୁ ଓହରିଯିବାକୁ ଅପିଲ କରୁଛନ୍ତି । ତେବେ ଜୋ ବାଇଡେନ ତାଙ୍କ ଭୁଲକୁ ସଂଶୋଧନ କରି କହିଛନ୍ତି ଯେ ପୁଟିନଙ୍କୁ ପରାସ୍ତ କରିବା ଉପରେ ତାଙ୍କର ଧ୍ୟାନ ରହିଛି ।

Joe Biden

ତାଙ୍କର ଏହି ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ପ୍ରାର୍ଥୀତ୍ୱ ଉପରେ ପ୍ରଶ୍ନ ଉଠିଛି । ବାଇଡେନଙ୍କୁ ଏବେ ୮୧ ବର୍ଷ ବୟସ ଏବଂ ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ପଦରେ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+