ଆମେରିକାରେ ଆଖିବୁଜା ଗୁଳିକାଣ୍ଡ; ଚାଲିଗଲା ଛଅ ଜୀବନ, ଅନେକ ଆହତ
ଆମେରିକାର ମିସିସିପିରେ ତିନୋଟି ପୃଥକ ଗୁଳିକାଣ୍ଡ ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ସହିତ ଜଡିତ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ଯୋଗୁ ମିସିସିପି ସହରରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚାଳନା କରି ଏଭଳି କାଣ୍ଡ ଭିଆଇଛନ୍ତି। କ୍ଲେ କାଉଣ୍ଟି ସେରିଫ୍ ଏଡି ସ୍କଟ୍ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ସନ୍ଦିଗ୍ଧ ବ୍ୟକ୍ତି ପୁଲିସ ହେପାଜତରେ ଅଛନ୍ତି।













Click it and Unblock the Notifications