ମିସ୍ ୟୁନିଭର୍ସ ୨୦୨୪ର ବିଜେତା ହେଲେ ଭିକ୍ଟୋରିଆ କଜେର
ମେକ୍ସିକୋ : ମିସ ୟୁନିଭର୍ସ ୨୦୨୪ ବିୟୁଟି କଣ୍ଟେଷ୍ଟର ୭୩ତମ ସଂସ୍କରଣ ମେକ୍ସିକୋର ଆରେନା ସିଡିଏମଏକ୍ସ, ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିଲା । ଏହି ବିୟୁଟି କଣ୍ଟେଷ୍ଟରେ ଚଳିତ ବର୍ଷ ୧୨୫ଟି ଦେଶରୁ ଅନେକ ପ୍ରତିଭା ସମ୍ପର୍ଣ୍ଣ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ଏହି କ୍ରମରେ ମିସ ୟୁନିଭର୍ସ -୨୦୨୪ ଘୋଷଣା ହୋଇସାରିଛି। ଚଳିତ ବର୍ଷର ମିସ ୟୁନିଭର୍ସର ବିଜେତା ହେଉଛି ମିସ ଡେନମାର୍କ, ଯାହାଙ୍କ ନାମ ଭିକ୍ଟୋରିଆ କଜେର୍ ଥିଲଭିଗ (Victoria Kjr Theilvig)। ପ୍ରଥମ ରନର୍ ଅପ ନାଇଜେରିଆର ଚିଡିମ୍ମା ଆଡେଟସିନା, ଦ୍ୱିତୀୟ ରନର୍ ଅପ ମେକ୍ସିକୋର ମାରିଆ ଫର୍ନାଣ୍ଡା ବେଲ୍ଟ୍ରାନ, ତୃତୀୟ ରନର୍ ଅପ ଥାଇଲ୍ୟାଣ୍ଡର ଓପମ୍ଲ ସୁଚାତା ଚୁଆଙ୍ଗସ୍ରି ଏବଂ ଚତୁର୍ଥ ରନର୍ ଅପ ଭେନେଜୁଏଲର ଇଲିଆନା ମାର୍କେଜ ଥିଲେ।
ମିସ ୟୁନିଭର୍ସ ୨୦୨୪ ବିୟୁଟି କଣ୍ଟେଷ୍ଟର ୭୩ତମ ସଂସ୍କରଣ ମେକ୍ସିକୋର ଆରେନା ସିଡିଏମଏକ୍ସ, ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିଲା । ମିସ ୟୁନିଭର୍ସ ୨୦୨୪ ର ଗ୍ରାଣ୍ଡ ଫିନାଲରେ ଭାରତର ରିୟା ସିଙ୍ଗା ମଧ୍ୟ ଅଂଶଗ୍ରହଣ କରିଥିଲେ, ଯିଏ ଶ୍ରେଷ୍ଠ ୩୦ରେ ସ୍ଥାନ ପାଇଥିଲେ, କିନ୍ତୁ ଶ୍ରେଷ୍ଠ ୧୨ରେ ପ୍ରବେଶ କରିପାରି ନ ଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ୧୨୫ ଟି ଦେଶରୁ ପ୍ରତିଯୋଗୀମାନେ ଏଥିରେ ଭାଗ ନେଇଥିଲେ। ଗତ ବର୍ଷର ମିସ ୟୁନିଭର୍ସ ବିଜେତା ନିକାରାଗୁଆର ଶେନିସ ପାଲାସିଓସ ଚଳିତ ବର୍ଷର ମିସ ୟୁନିଭର୍ସ ବିଜେତା ଭିକ୍ଟୋରିଆ କେଜର୍ ଥେଲଭିଗଙ୍କୁ ବିଜେତା ଭାବରେ ମୁକୁଟ ପିନ୍ଧାଇଥିଲେ।

ପ୍ରକାଶ ଥାଉକି, ଏଥର ମିସ୍ ୟୁନିଭର୍ସର ମୁକୁଟରେ ସ୍ୱତନ୍ତ୍ରତା ଭରି ରହିଛି। ଏହି କ୍ରାଉନର ନାମ 'ଲୁମିଏରେ ଡି ଲ'ଇନଫିନି' ରଖାଯାଇଛି। ଏହାର ଅର୍ଥ ଆଲୋକର ଅସୀମତା। ଏଥିରେ ହୀରା ସହ ୨୩ ପ୍ରକାରର ସୁବର୍ଣ୍ଣ ମୋତି ସୁସଜ୍ଜିତ ହୋଇଛି। ଏହି ସୁବର୍ଣ୍ଣ ମୋତିକୁ ଦକ୍ଷିଣ ସାଗରରୁ ଅଣାଯାଇଛି। ପାରମ୍ପାରିକ କୌଶଳ ବ୍ୟବହାର କରି ଫିଲିପାଇନ୍ସ କାରିଗରମାନେ ମିସ୍ ୟୁନିଭର୍ସ ମୁକୁଟକୁ ତିଆରି କରିଛନ୍ତି। ଏହି କ୍ରାଉନ୍ ବା ମୁକୁଟକୁ ତିଆରି କରିବା ପାଇଁ କାରିଗରମାନଙ୍କୁ ଦୁଇ ବର୍ଷ ସମୟ ଲାଗିଛି।












Click it and Unblock the Notifications