ଏଠାରେ କାହିଁକି ବାହରନ୍ତି ମାଳ ମାଳ ନାଲି କଙ୍କଡା?

ଇଣ୍ଡୋନେସିଆର ଜାଭାଠାରୁ ପ୍ରାୟ ୩୫୦ କିମି ଦକ୍ଷିଣକୁ ଗଲେ ପଡ଼େ କ୍ରିସ୍‌ମାସ୍ ଟାପୁ । ଏହି ଟାପୁରେ କୋଟି କୋଟି ସଂଖ୍ୟାର ଲାଲ୍ କଙ୍କଡ଼ା ଦେଖୁବାକୁ ମିଳିଥାନ୍ତି । ବର୍ଷାଋତୁ ଆସିଲେ ଏମାନେ ଜଙ୍ଗଲରୁ ବାହାରି ସିଧା ରାଜରାସ୍ତାକୁ ଓହ୍ଲାଇଥାନ୍ତି । ଏ ସମୟରେ ଯୁଆଡ଼େ ନଜର୍ ବୁଲାଇଲେ କେବଳ ଲାଲ୍ ଚାଦରର ଭ୍ରମ ସୃଷ୍ଟି ହୋଇଥାଏ । ଲାଲ୍ କଙ୍କଡ଼ାଙ୍କ ଏହି ଯାତ୍ରା ପଛରେ ରହିଛି ଗୋଟିଏ ସାଥୀ ଖୋଜିବାର ଉଦ୍ଦେଶ୍ୟ । ନଭେମ୍ବରରୁ ଏପ୍ରିଲ୍ ପର୍ଯ୍ୟନ୍ତ ଏହି ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ ।

ଏ ସମୟରେ ସେମାନେ ପ୍ରଜନନ ପାଇଁ ଅଣ୍ଡା ଦେବାକୁ ସମୁଦ୍ର ତଟକୁ ଆସିଥାନ୍ତି । ଏହି ଲାଲ୍ କଙ୍କଡ଼ା ଅତ୍ୟନ୍ତ ଦୁର୍ଲଭ । ୧୦ ଗୋଡ଼ ତଥା ୧୬ ସେମି ଲମ୍ବା ଆକାରର ଏହି କଙ୍କଡ଼ା ସବୁ କେବଳ କ୍ରିସ୍‌ମାସ୍ ଏବଂ କୋକୋସ୍ ଟାପୁରେ ଦେଖାଯାନ୍ତି । କୁହାଯାଏ, ୧୩୫୦ ଜନସଂଖ୍ୟା ବିଶିଷ୍ଟ ଏହି ୧୩୫ ବର୍ଗକିଲୋମିଟର ଟାପୁରେ ଲାଲ୍ କଙ୍କଡ଼ାଙ୍କ ସଂଖ୍ୟା କେବଳ ୪ ରୁ ୮ କୋଟି ମଧ୍ୟରେ ରହିଛି । ଟାପୁର ଦୁଇ ତୃତୀୟାଂଶ ସ୍ଥାନକୁ ଏକ ସଂରକ୍ଷିତ ପାର୍କ ଭାବେ ତିଆରି କରାଯାଇଛି, ଯାହା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ।

red crab

ତେବେ ବୈଜ୍ଞାନିକମାନେ ବି ଆଜିଯାଏ ଦ୍ୱନ୍ଦ୍ୱରେ ରହିଛନ୍ତି, ଲାଲ କଙ୍କଡ଼ାଙ୍କୁ ନିଜ ଯାତ୍ରା ଆରମ୍ଭ କରିବା ସମୟ କିପରି ଜଣାପଡ଼େ ? ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ଏହି ଯାତ୍ରା ଆରମ୍ଭ ବେଳେ ସର୍ବପ୍ରଥମ ଧାଡ଼ିରେ ଥାନ୍ତି ବୟସ୍କ କଙ୍କଡ଼ା । ତାଙ୍କ ନେତୃତ୍ୱରେ ଅନ୍ୟମାନେ ସମୁଦ୍ର ତଟ ଆଡ଼କୁ ମାଡ଼ିଚାଲନ୍ତି । ଧୂମା ଏବଂ ସ୍ଥିର ଚାଲି ମାଧ୍ୟମରେ ଦୈନନ୍ଦିନ ୧.୫ କିମି ରାସ୍ତା ଅତିକ୍ରମ କରି ଟାପୁକୁ ନିଜ କବ୍‌ଜାକୁ ନିଅନ୍ତି ।

ଏମାନଙ୍କ ଯାତ୍ରା ଯେଭଳି ସୁରକ୍ଷିତ ରହିବ ସେଥିପାଇଁ ପାର୍କଠାରୁ ସମୁଦ୍ର ତଟ ପର୍ଯ୍ୟନ୍ତ ଅଞ୍ଚଳରେ ପାର୍କ ରେଞ୍ଜରମାନେ ଏକ ବ୍ରିଜ୍ ତିଆରି କରିଛନ୍ତି । କୁହାଯାଏ ଯେ, ସମୁଦ୍ର ତଟରେ ପହଞ୍ଚିବା ପରେ ସେମାନେ ପ୍ରଥମେ ନିଜକୁ ଲୁଣି ପାଣିରେ ପରିଷ୍କାର କରନ୍ତି । ପରେ ପରସ୍ପର ପ୍ରତି ଆକର୍ଷିତ ହୋଇଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+