ପାକିସ୍ତାନ ସେନାର ଯୋଜନା ହେଲା ବିଫଳ , ଦେଶରେ ପ୍ରଧାନମନ୍ତ୍ରୀ ହେବ କିଏ?

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ଥାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ଇମ୍ରାନ ଖାନ ଦେଶର ଶକ୍ତିଶାଳୀ ସାମରିକ ପ୍ରତିଷ୍ଠାନକୁ ଆଶ୍ଚର୍ଯ୍ୟଚକିତ କରିଥିବା ଜଣାପଡିଛି । ଇମ୍ରାନ ଖାନଙ୍କ ଦଳକୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରାଯିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ସଂସଦ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ପିଟିଆଇ ପ୍ରାର୍ଥୀମାନେ ଏକକ ବଡ଼ ଗୋଷ୍ଟି ଭାବରେ ଦେଶରେ ଉଭା ହୋଇଛନ୍ତି ।

ପାକିସ୍ତାନର ନେସନାଲ ଆସେମ୍ବ୍ଲୀରେ ସମୁଦାୟ ୩୩୬ ଟି ଆସନ ଅଛି - ସର୍ବସାଧାରଣ ଭୋଟ୍ ମାଧ୍ୟମରେ ୨୬୬ ଟି ଆସନ ସିଧାସଳଖ ନିର୍ବାଚିତ ହୋଇଥିବାବେଳେ ନେସନାଲ ଆସେମ୍ବ୍ଲୀର ୭୦ ଟି ଆସନ ସଂରକ୍ଷିତ ରହିଛି । ମହିଳାମାନଙ୍କ ପାଇଁ ୬୦ ଏବଂ ଅଣ ମୁସଲମାନମାନଙ୍କ ପାଇଁ ୧୦ ଟି ଆସନ ରହିଛି । ନେସନାଲ ଆସେମ୍ବ୍ଲୀ ପାଇଁ ସଂରକ୍ଷିତ ଆସନ ବଣ୍ଟନ ବିଜେତା ଦଳର କ୍ଷମତା ଅନୁଯାୟୀ ସମାନ ଅନୁପାତରେ ରହିଛି । ସୂଚନାଯୋଗ୍ୟ ଯେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନମାନେ ପାକିସ୍ତାନରେ ସଂଖ୍ୟାଲଘୁ ଅଟନ୍ତି । ହିନ୍ଦୁମାନେ ପ୍ରାୟ ଦୁଇ ପ୍ରତିଶତ ଏବଂ ଖ୍ରୀଷ୍ଟିଆନମାନେ ୦୧ ପ୍ରତିଶତ ଅଟନ୍ତି । ଏହି କାରଣରୁ ଏହି ସଂରକ୍ଷିତ ଆସନରେ ହିନ୍ଦୁମାନେ ମଧ୍ୟ ନିର୍ବାଚିତ ହୋଇଥାନ୍ତି ।

ପାକିସ୍ତାନରେ ମୋଟ ୨୬୫ ଆସନରୁ ୨୫୭ ଆସନର ଫଳାଫଳ ଆସିଛି । ଆହୁରୀ ୮ଟି ଆସନର ଫଳାଫଳ ଆସିବାର ଅଛି । ସେଥିରୁୁ ପିଟିଆଇ ସର୍ବାଧିକ ୧୦୨ ଆସନ ଜିତିଥିବା ବେଳେ ପାକିସ୍ତାନ ମୁସଲିମ୍ ଲିଗ୍ ୭୫ଟି ପାକିସ୍ତାନ ପିପୁଲ୍ସ ପାର୍ଟି ୫୪ଟି ଏବଂ ଏବଂ ମୁତାହିଦା କୁଆମି ଆନ୍ଦୋଳନ ପାକିସ୍ତାନର ୧୭ ଟି ଆସନରେ ବିଜୟୀ ହୋଇଛନ୍ତି । କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନଥିବା ବେଳେ ସରକାର ଗଢିବାକୁ ହାତ ମିଳାଇଛନ୍ତି ପାକିସ୍ତାନ ମୁସଲିମ୍ ଲିଗ୍ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ।

 who will be next Pak PM

ପ୍ରଧାନମନ୍ତ୍ରୀ କିଏ ହେବେ?

ପାକିସ୍ତାନର ସାଧାରଣ ନିର୍ବାଚନରେ କୌଣସି ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ପାଇ ନ ଥିବାରୁ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମିଳିତ ସରକାର ଗଠନ ଆହ୍ୱାନକୁ ସମର୍ଥନ କରିଥିଲେ । କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାର-ଉଲ-ହକ କାକର କହିଛନ୍ତି ଯେ ସେ ଦେଶରେ ଏକ ମିଳିତ ସରକାର ଗଠନ କରିବାକୁ ଆଶା କରୁଛନ୍ତି । ଏପଟେ ଶରିଫଙ୍କୁ ଦେଶର ଶକ୍ତିଶାଳୀ ସେନାର ସମର୍ଥନ ରହିଛି , କିନ୍ତୁ ବର୍ତ୍ତମାନ ଏହି ଶକ୍ତିଶାଳୀ ସେନା ଦେଶରେ ସରକାର ଗଢ଼ିବା ଲାଗି କରୁଛି ସଂଘର୍ଷ ।

ମେଣ୍ଟ ସରକାର ଗଢ଼ିବା ପାଇଁ ପିଏମ୍‌ଏଲ୍‌-ଏନ୍ ଉଦ୍ୟମ ଚଳାଇଥିବାବେଳେ ରବିବାର ଲାହୋରଠାରେ ଏହାର ନେତାମାନେ ଏମ୍‌କ୍ୟୁଏମ୍‌-ପି ନେତାଙ୍କ ସହ ଆଲୋଚନା କରିଛନ୍ତି । ସେମାନେ ନୀତିଗତ ଭାବେ ଏକାଠି କାମ କରିବାକୁ ସହମତ ହୋଇଥିବା ଜଣାପଡ଼ିଛି । ପିଏମ୍‌ଏଲ୍‌-ଏନ୍ ନେତା ଶୋହବାଜ ଶରିଫ୍ ଶୁକ୍ରବାର ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ନେତା ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଏବଂ ଶନିବାର ଅସିଫ୍ ଅଲି ଜର୍ଦ୍ଦାରୀଙ୍କ ସହ ଆଲୋଚନା କରିଥିଲେ ।

ସମର୍ଥନ ବଦଳରେ ପିପିପି ନେତା ପ୍ରଧାନମନ୍ତ୍ରୀ ପଦ ଏବଂ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ମାଗିଥିବା ଶେହବାଜ ତାଙ୍କ ଦଳୀୟ ନେତାମାନଙ୍କୁ କହିଛନ୍ତି । ତେବେ ପିଏମ୍‌ଏଲ୍‌-ଏନ୍ ପ୍ରଧାନମନ୍ତ୍ରୀ ପଦ ପିପିପିକୁ ଦେବା ପାଇଁ ରାଜି ନୁହେଁ । ପିପିପି ସହ ବୁଝାମଣା ବିଫଳ ହେଲେ ପିଏମ୍‌ଏଲ୍‌-ଏନ୍ ଅନ୍ୟ ଦଳ ମାନଙ୍କୁ ନେଇ ସରକାର ଗଢ଼ିପାରେ । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଶେହବାଜଙ୍କୁ ପ୍ରଧାନମନ୍ତ୍ରୀ ଏବଂ ନୱାଜଙ୍କ ଝିଅ ମାର‌୍ୟମ ଶରିଫଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କରିବା ନେଇ ଆଲୋଚନା ହେଉଛି ।

ଅନ୍ୟପଟରେ ମତଦାନରେ ଜାଲିଆତି ହୋଇଥିବା ଅଭିଯୋଗ କରି ଦେଶବ୍ୟାପୀ ରିଟର୍ନିଂ ଅଫିସରମାନଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପାଇଁ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍ (ପିଟିଆଇ) ଅଧ୍ୟକ୍ଷ ବାରିଷ୍ଟର ଗୋହର ଅଲି ଖାନ୍ ରବିବାର ଆହ୍ୱାନ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+