ଭୂକମ୍ପରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୪
ଭୂମିକମ୍ପ ଝଟକାରେ ଥରିଲା ପଶ୍ଚିମ ନେପାଳ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ନାହିଁ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ମଙ୍ଗଳବାର ଦିନ ୪.୪ ତୀବ୍ରତାର ଭୂମିକମ୍ପର କେନ୍ଦ୍ରସ୍ଥଳ ଦୈଲେଖ ଜିଲ୍ଲାର ତୋଲିଜାଇସିରେ ଥିଲା। ଯାହା ଫଳରେ ପଡ଼ୋଶୀ ଜିଲ୍ଲା ଅଛାମ, କାଲିକୋଟ ଏବଂ ସୁରଖେତରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଦୈଲେଖରେ ଭୂମିକମ୍ପ ସ୍ଥାନୀୟ ସମୟ ସନ୍ଧ୍ୟା ୫:୨୦ ରେ ହୋଇଥିବା ଜଣାପଡ଼ିଛି ।

ତେବେ ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓରେ ସ୍ଥାନୀୟ ଲୋକ ଭୟଭୀତ ଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ପରସ୍ଥିତି ସ୍ବଭାବିକ ଥିବା ଜଣାପଡ଼ିଛି ।












Click it and Unblock the Notifications