ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା
ଗର୍ଜୁଛି ମିସାଇଲ, ବର୍ଷୁଛି ନିଆଁ । ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ । ତୁହାକୁ ତୁହା ଖସୁଛି ଡ୍ରୋନ୍ । ଘମାଘୋଟ ହେଉଛି ଯୁଦ୍ଧ। ଆଜି ତେହେରାନରେ ଭୟାନକ ଆକ୍ରମଣ କରିଛି ଇସ୍ରାଏଲ। ଦୀର୍ଘ ଏକ ଘଣ୍ଟାଏ ଧରି ଏୟାର ରେଡ୍ । ଖସିଥିଲା ମାଳମାଳ ଡ୍ରୋନ୍। ଜଳ, ସ୍ଥଳ, ଆକାଶ ସବୁଠି ମହା ବିଧ୍ବଂସର ଖେଳ। ନଉଁନଥିବା ଇରାନ ଉପରେ ପ୍ରଚଣ୍ଡ ହମଲା କରୁଛନ୍ତି ଆମେରିକା ଓ ଇସ୍ରାଏଲ ସେନା। ସମୁଦ୍ରରେ ଇରାନର ୧୬ ଯୁଦ୍ଧ ଜାହାଜକୁ ଧ୍ବଂସ କରିଛନ୍ତି ଆମେରିକା । ସମୁଦ୍ର ମଝିରେ ସର୍ଜିକାଲ ଷ୍ଟ୍ରାଇକ୍ ର ଭିଡିଓ ଜାରି କରିଛି ପେଣ୍ଟାଗନ।

ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି, ଧ୍ବଂସ ହୋଇଥିବା ଇରାନର ଏହି ୧୬ ଯୁଦ୍ଧ ଜାହାଜ ସମୁଦ୍ର ଭିତରେ ମାଇନ୍ ବିଛାଇବାର କ୍ଷମତା ରଖିଥିଲେ । ଏଗୁଡ଼ିକୁ ଏୟାର ଷ୍ଟ୍ରାଇକ୍ ରେ ବୁଡ଼ାଇ ଦିଆଯାଇଛି। ଷ୍ଟ୍ରେଟ୍ ଅଫ ହର୍ମୁଜରେ ଗୋଟେ ଲିଟର ତେଲ ନଛାଡ଼ିବାକୁ ଧମକ ଦେଇଥିବା ଇରାନ୍ ଏବେ ସମୁଦ୍ର ତଳେ ମାଇନ ବିଛାଇବା ଆରମ୍ଭ କରିଛି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ସମୁଦ୍ର ତଳେ ବିଛାଇଥିବା ବୋମାକୁ ହଟାଉ ଇରାନ । ନହେଲେ ଏଭଳି ପରିଣାମ ଭୋଗିବ, ଯାହା ଦୁନିଆ ପୂର୍ବରୁ କେବେ ବି ଦେଖି ନଥିବ ।
ଆମେରିକା ନୌସେନା ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ଆରମ୍ଭ କରିଛି । ଆମେରିକା ନୌସେନାର ସୁରକ୍ଷା ବଳୟ ଭିତରେ କିଛି ତେଲ ଟ୍ୟାଙ୍କର ଆସିଛି । ଫଳରେ ତୈଳ ଦର ୧୫ ପ୍ରତିଶତ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ରୁ ୧୨୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଦୁନିଆର ପ୍ରାୟ ୨୦% ତୈଳ ପରିବହନ ହୋଇଥାଏ । ବ୍ରେଣ୍ଟ ଅଶୋଧିତ ତୈଳ ଦର ୯୦ ଡଲାରରୁ କମି ଏବେ ୮୦ ରୁ ୮୭ ଡଲାର ପାଖାପାଖି ପହଞ୍ଚିଛି । ଅନ୍ୟପଟେ ଆମେରିକାର ଧମକ ସତ୍ତ୍ବେ ଆଜି ୩ଟି ତୈଳ ଟ୍ୟାଙ୍କର ଉପରେ ରକେଟ୍ ମାଡ଼ ହୋଇଛି । ଏଥିରେ ଗୋଟିଏ କାର୍ଗୋ ଜାହାଜରେ ନିଆଁ ଲାଗି ଯାଇଥିଲା । ପରେ ନିଆଁକୁ ଅୟତ୍ତ କରାଯାଇଥିଲା ।
-
ଇରାନକୁ ଆଉ ଏକ ବଡ଼ ଝଟକା, ଇସ୍ରାଏଲୀ ଆକ୍ରମଣରେ IRGC ମୁଖପାତ୍ର ଅଲି ମହମ୍ମଦଙ୍କ ମୃତ୍ୟୁ -
ଖୁବଶୀଘ୍ର ସରୁଛି ଯୁଦ୍ଧ, ଜିତୁଛି ଇସ୍ରାଏଲ୍: ବେଞ୍ଜାମିନ୍ ନେତାନ୍ୟାହୁ -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ନୂଆ ରୂପ ପାଇବ କଟକ ମହାନଦୀ ରିଭର ଫ୍ରଣ୍ଟ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ -
୩୧ ରାଜ୍ୟସଭା ସାଂସଦ କୋଟିପତି -
ଭାରତରେ ବଢ଼ିଲା ପେଟ୍ରୋଲ ଦାମ୍, ଆଜିଠାରୁ ପ୍ରତି ଲିଟର ପିଛା... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ








Click it and Unblock the Notifications