ଗାଜା ଉପରେ ଇସ୍ରାଏଲର ଆକ୍ରମଣ, ୧୨ ମୃତ,
ଇସ୍ରାଏଲ ଏବଂ ହମାସ ମଧ୍ୟରେ ସଂଘର୍ଷ ଦିନକୁ ଦିନ ଅଧିକ ଘାତକ ହେବାରେ ଲାଗିଛି। ଏହି ସମୟରେ, ବୁଧବାର ଇସ୍ରାଏଲ ପୁଣି ଥରେ ଗାଜାରେ ଏକ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣରେ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ତିନି ଜଣ ପିଲା ମଧ୍ୟ ସାମିଲ ଅଛନ୍ତି । ଅଲ-ଆକସା ହସ୍ପିଟାଲ ଅନୁଯାୟୀ,ଏହି ଆକ୍ରମଣ ନୁସେରାତ ଶରଣାର୍ଥୀ ଶିବିରର ତିନୋଟି ଘର ଉପରେ କରାଯାଇଥିଲା।
ଇସ୍ରାଏଲୀ ସେନା ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କର ଜେନିନ୍ ସହରରେ ଏକ ଚଢାଉରେ ସାମ୍ବାଦିକ ଅଲି ସାମୌଦିଙ୍କୁ ଗିରଫ କରିଛି। ସାମୌଦି ପୂର୍ବରୁ CNN ଏବଂ ଅଲ-ଜଜିରା ପାଇଁ କାମ କରିସାରିଛନ୍ତି। ୨୦୨୨ ମସିହାରେ, ସାମ୍ବାଦିକ ଶିରିନ ଆବୁ ଅକଲେହଙ୍କ ହତ୍ୟା ଘଟଣାରେ ସେ ଆହତ ହୋଇଥିଲେ। ଇସ୍ରାଏଲୀ ସେନା ଅଭିଯୋଗ କରିଥିଲା ଯେ ସାମୌଦି ଇସଲାମିକ୍ ଜିହାଦ ସହିତ ଜଡିତ ଥିଲେ ଏବଂ ସେ ତାଙ୍କୁ ଟଙ୍କା ପଠାଉଥିଲେ ।

ଆପଣଙ୍କୁ କହି ରଖୁଛୁ ଯେ, ଗତ ମାସରେ ହମାସ ସହିତ ଯୁଦ୍ଧବିରତି ଶେଷ ହେବା ପରଠାରୁ ଇସ୍ରାଏଲ ପ୍ରତିଦିନ ଗାଜା ଉପରେ ଆକ୍ରମଣ କରିଆସୁଛି। ମାର୍ଚ୍ଚ ଆରମ୍ଭରୁ, ବନ୍ଧକ ମାନଙ୍କୁ ମୁକ୍ତ କରିବା ପାଇଁ ହମାସ ଉପରେ ଚାପ ପକାଇବା ପାଇଁ ଗାଜାର ୨୦ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟ ଏବଂ ଔଷଧ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ବନ୍ଦ କରିଦିଆ ଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏପର୍ଯ୍ୟନ୍ତ ଗାଜାରେ ୫୨ ହଜାରରୁ ଅଧିକ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇସାରିଛି।












Click it and Unblock the Notifications