ମଧ୍ୟମ ବୟସରେ ବିବାହ କରି ଚର୍ଚ୍ଚାରେ ଦମ୍ପତି , ପଢନ୍ତୁ
ପାକିସ୍ତାନର ଜଣେ 56 ବର୍ଷିୟ ଜଣେ ମଧ୍ୟମ ବୟସ୍କ ବ୍ୟକ୍ତି ଜଣେ 29 ବର୍ଷୀୟା ଯୁବତୀଙ୍କୁ 9 ବର୍ଷ ତଳେ ବିବାହ କରିଥିଲେ । ଆଉ ବର୍ତ୍ତମାନ ସେମାନଙ୍କର ସୁଖି ବୈବାହିକ ଜୀବନ ବିଷୟର ସୋଶାଲ ମିଡିଆରେ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ଲାହୋର: କୁହାଯାଏ ପ୍ରେମ ଶାଶ୍ବତ, ଚିରନ୍ତନ । ସବୁଠାରୁ ପବିତ୍ର । ତେବେ ଆଜିକା ସମାଜରେ ପ୍ରେମର ପରିଭାଷାରେ ଦେଖା ଦେଲାଣି ପରିବର୍ତ୍ତନ । ପ୍ରେମ ପ୍ରତାରଣାର ମାମଲା ବଢିବାରେ ଲାଗିଥିବା ବେଳେ , ପାକିସ୍ତାନରେ ଦେଖିବାକୁ ମିଳିଛି ଶାଶ୍ବତ ପ୍ରେମର ନିଦର୍ଶନ। ଏହି ଘଟଣାକୁ ନେଇ ବର୍ତ୍ତମାନ ହେଉଛି ଚର୍ଚ୍ଚା । ପାକିସ୍ତାନର ଜଣେ 56 ବର୍ଷିୟ ଜଣେ ମଧ୍ୟମ ବୟସ୍କ ବ୍ୟକ୍ତି ଜଣେ 29 ବର୍ଷୀୟା ଯୁବତୀଙ୍କୁ 9 ବର୍ଷ ତଳେ ବିବାହ କରିଥିଲେ । ଆଉ ବର୍ତ୍ତମାନ ସେମାନଙ୍କର ସୁଖି ବୈବାହିକ ଜୀବନ ବିଷୟର ସୋଶାଲ ମିଡିଆରେ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

କିନ୍ତୁ ଦୁଃଖ ଥିଲା ଯେ, ବ୍ୟକ୍ତିଙ୍କର ପୂର୍ବରୁ ଥିବା ସନ୍ତାନମାନେ ଦ୍ବିତୀୟ ମାଆଙ୍କୁ ଗ୍ରହଣ କରିପାରିନଥିଲେ । ଅନେକ ଚେଷ୍ଟା ପରେ ଶେଷରେ ପିଲାଙ୍କ ହୃଦୟ ଜିତିବାରେ ସକ୍ଷମ ହେଲେ ଏହି ମହିଳା । ବର୍ତ୍ତମାନ ପୁରା ପରିବାର ଓ ସନ୍ତାନଙ୍କୁ ନେଇ ଖୁସିରେ ଦିନ ବିତୁଥିବା କହିଛନ୍ତି ଏହି ଦମ୍ପତି । ବ୍ୟକ୍ତିଙ୍କୁ ବର୍ତ୍ତମାନ 65 ବର୍ଷ ହୋଇଥିବା ବେଳେ ମହିଳାଙ୍କୁ 38 ବର୍ଷ । ବ୍ୟକ୍ତିଙ୍କ ବଡ ଝିଅ ବର୍ତ୍ତମାନ 25 ବର୍ଷ ହୋଇସାରିଥିବା ବେଳେ , ପିଲାଙ୍କ ଭବିଷ୍ୟତ ନେଇ ଉଭୟ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ନିଜ ପିଲା ଭଳି ଦ୍ବିତୀୟ ପତ୍ନୀ ପିଲାଙ୍କୁ ଆଦରି ନେବା ସହ ସମସ୍ତ ଦାୟିତ୍ବ ସମ୍ଭାଳୁଥିବା କହିଛନ୍ତି ବ୍ୟକ୍ତି । ତାଙ୍କର ପ୍ରେମ ପାଇଁ ସବୁ ସମ୍ଭବ ବୋଲି ସେ କହନ୍ତି । ଏତେ ବୟସରେ ମଧ୍ୟ ଶାଶ୍ବତ ପ୍ରେମକୁ ନେଇ ସବୁଆଡେ ଚର୍ଚ୍ଚା ।












Click it and Unblock the Notifications