ମାଇକ୍ରୋସଫ୍ଟର ସର୍ଭର ଡାଉନ
Microsoft Server Down : ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ସର୍ଭର ଡାଉନ । ଯାହାଫଳରେ ବିମାନ ସେବା, ବ୍ୟାଙ୍କି ସେବା, ସପିଂ ମଲରେ ସେବା ଠପ୍ ହୋଇଥିବା ନେଇ ସୂଚନା ରହିଛି । କଂପ୍ୟୁଟରରେ ଏକ ବ୍ଲ୍ୟୁ ସ୍କ୍ରିନ ଏରର ଦେଖଉଛି। ଇଣ୍ଡିଗୋ, ଭିସ୍ତାରା, ଏୟାର ଇଣ୍ଡିଆ, ସ୍ପାଇସ ଜେଟ୍ ଭଳି ବିମାନ କମ୍ପାନୀ ସେବା ପ୍ରଭାବିତ ହୋଇଥିବା ନେଇ ସୂଚନା ରହିଛି ।

ତେବେ ଆମେରିକୀୟ ବିମାନ ସେବା ଉପରେ ଅଧିକ ପ୍ରଭାବ ପଡିଛି । ଆମେରିକାର ଅନେକ ଭାଗରେ ଜରୁରିକାଳୀନ ସେବା ୯୧୧ ମଧ୍ୟ ପ୍ରଭାବିତ ହୋଇଛି । ଏଥିଯୋଗୁଁ ନନ୍ ଏମରଜେନ୍ସି କଲ୍ ସେଣ୍ଟରର ସେବା ମଧ୍ୟ ପ୍ରଭାବିତ ହୋଇଛି । ଆମେରିକା ବ୍ୟତୀତ ଅଷ୍ଟ୍ରେଲିଆ ଓ ଜର୍ମାନୀରେ ମଧ୍ୟ ବ୍ୟାଙ୍କିଂ, ଟେଲିକମ୍, ମିଡିଆ ଆଉଟଲେଟ୍ ଏବଂ ଏୟାରଲାଇନ୍ସର ସେବା ପ୍ରଭାବିତ ହୋଇଛି ।












Click it and Unblock the Notifications