୩ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ମେଟା
ୱାସିଂଟନ: ମାର୍କ ଜକରବର୍ଗଙ୍କ କମ୍ପାନି ମେଟା ଆସନ୍ତା ସପ୍ତାହରୁ ଏହାର ଛଟେଇ ଆରମ୍ଭ କରିବ। କମ୍ପାନି ଯେଉଁ କର୍ମଚାରୀମାନଙ୍କୁ ଛଟେଇ କରିବ ସେମାନଙ୍କୁ ସୋମବାର ସକାଳୁ ଇମେଲ୍ ପଠାଇବ। ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅଧିକାଂଶ ଦେଶରେ ମେଟାର କର୍ମଚାରୀମାନେ ଛଟେଇ ହେବେ। ମେଟା ପକ୍ଷରୁ ନିକଟରେ ଘୋଷଣା କରାଯାଇଥିଲା ଯେ କମ୍ପାନୀରେ ଖରାପ ପ୍ରଦର୍ଶନ କରୁଥିବା ୫% କର୍ମଚାରୀଙ୍କୁ ଛଟେଇ କରାଯିବ।

ଅପରପକ୍ଷରେ ଆମେରିକା ସମେତ ଅନେକ ଦେଶରେ କର୍ମଚାରୀ ଛଟେଇ ପ୍ରକ୍ରିୟା ସୋମବାରରୁ ଆରମ୍ଭ ହେବ। ଜର୍ମାନୀ, ଫ୍ରାନ୍ସ, ଇଟାଲୀ ଏବଂ ନେଦରଲ୍ୟାଣ୍ଡ ଭଳି ଦେଶରେ କୌଣସି ଛଟେଇ ହେବ ନାହିଁ। କାରଣ ସ୍ଥାନୀୟ ଶ୍ରମ ଆଇନ ଏହାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ପ୍ରଦାନ କରେନାହିଁ। ସେହିପରି ୟୁରୋପ, ଏସିଆ ଏବଂ ଆଫ୍ରିକାର ଅନେକ ଦେଶରେ ଫେବୃଆରୀ ୧୧ରୁ ୧୮ ମଧ୍ୟରେ କର୍ମଚାରୀମାନଙ୍କୁ ଛଟେଇ ନେଇ ନୋଟିସ ପଠାଯିବ।












Click it and Unblock the Notifications