ଆମେରିକାର ବାଇଡ଼େନ ସରକାରଙ୍କ ଉପରେ ସଂଗୀନ ଅଭିଯୋଗ ଆଣିଲେ ମାର୍କ ଜୁକରବର୍ଗ, କହିଲେ କୋଭିତ ବେଳେ....
ନୂଆଦିଲ୍ଲୀ : ଆମେରିକାର ବାଇଡ଼େନ ସରକାର ଉପରେ ଫେସ୍ବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଆଣିଲେ ସଙ୍ଗୀନ ଅଭିଯୋଗ । ତାଙ୍କ ମତରେ ବାଇଡେନ୍ ପ୍ରଶାସନ କୋଭିତ ମହାମାରୀ ସମୟରେ କରୋନା ସହିତ ଜଡିତ କଣ୍ଟେଣ୍ଟକୁ ସେନ୍ସର କରିବାକୁ ଚାପ ପକାଉଥିଲେ । ଫେସ୍ବୁକ୍ ପକ୍ଷରୁ ନିଆଯାଇଥିବା ନିଷ୍ପତିରେ ଅସନ୍ତୁଷ୍ଟ ଥିଲେ ବାଇଡେନ୍ ପ୍ରଶାସନ ।
ଗୋଟିଏ ପଟେ ନିର୍ବାଚନ ଆଉ କିଛି ମାସ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁକରବର୍ଗଙ୍କ ଏପରି ବୟାନ ସାମ୍ନାକୁ ଆସିଛି । ଏକ ଚିଠିରେ ମାର୍କ ଜୁକରବର୍ଗ କହିଛନ୍ତି, "୨୦୨୧ ମସିହାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କ ପ୍ରଶାସନ କୋଭିଡ-୧୯ ସମ୍ବନ୍ଧୀୟ କିଛି ବିଷୟବସ୍ତୁ (କଣ୍ଟେଣ୍ଟ) ହଟାଇବା ପାଇଁ କିମ୍ବା କଟକଣା ଲଗାଇବା ପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମ ଉପରେ ବାରମ୍ବାର ଚାପ ପ୍ରୟୋଗ କରିଥିଲେ।

ଏପରିକି ହ୍ୱାଇଟ୍ ହାଉସର ଅଧିକାରୀମାନେ ମଧ୍ୟ ଲଗାତାର କିଛି ମାସ ପର୍ଯ୍ୟନ୍ତ ପ୍ଲାଟଫର୍ମ ଉପରେ ଚାପ ପକାଇ ଆସିଥିଲେ।ମେଟା ଏଥିରେ ରାଜି ନ ହେବାରୁ ସେମାନେ ନିରାଶ ହୋଇଥିବା ଜୁକରବର୍ଗ କହିଛନ୍ତି। ସର୍ବେ ଶେଷରେ କଣ୍ଟେଣ୍ଟ ହଟାଇବା କିମ୍ବା ନ ହଟାଇବା ଆମ ନିଷ୍ପତ୍ତି ଥିଲା। ଆମେ ଫ୍ରି ସ୍ପିଚ୍ ମୁକ୍ତ ବକ୍ତବ୍ୟ ଉପରେ ବିଶ୍ୱାସ କରୁ। କିନ୍ତୁ ସେତେବେଳେ ଆମେ ଏ ଉପରେ ସ୍ୱର ଉଠାଇ ପାରିନଥିବାରୁ ଦୁଃଖିତ ବୋଲି ଜୁକରବର୍ଗ କରିଛନ୍ତି












Click it and Unblock the Notifications