୧୦ ବର୍ଷ ପରେ ନିଜ ସାଥୀଙ୍କଠୁ ଅଲଗା ହେଲେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି

ଇଟାଲୀ: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ଯେ, ସେ ତାଙ୍କ ସାଥୀ ଆଣ୍ଡ୍ରେୟା ଜିଆମବ୍ରୁନୋଙ୍କ ଠାରୁ ଅଲଗା ହୋଇଛନ୍ତି, ଆଣ୍ଡ୍ରେୟା ଜିଆମବ୍ରୁନୋ ଜଣେ ଟିଭି ସାମ୍ବାଦିକ ମଧ୍ୟ । ତେବେ ଜଣେ ମହିଳାଙ୍କୁ ଅଶ୍ଳିଳ କମେଣ୍ଟ କରିବା ପରେ ମେଲୋନି ଏପରି ପଦକ୍ଷେପ ନେଇଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଏହି କମେଣ୍ଟ ପରେ ଆଣ୍ଡ୍ରେୟାଙ୍କର ଖୁବ ସମାଲୋଚନା କରାଯାଉଛି ।

ଇଟାଲୀ ପ୍ରଧାନମନ୍ତ୍ରୀ ତାଙ୍କ ଫେସବୁକରେ ଲେଖିଛନ୍ତି, " ଆଣ୍ଡ୍ରେୟା ଜିଆମବ୍ରୁନୋଙ୍କ ସହ ମୋର ସମ୍ପର୍କ ପ୍ରାୟ 10 ବର୍ଷ ପୂରୁଣା । ବର୍ତ୍ତମାନ ଏହାର ଅନ୍ତ ହୋଇଛି । ତେବେ ଏହାକୁ ସ୍ୱିକାର କରିବା ପାଇଁ କିଛି ସମୟ ଲାଗିବ । ସୂଚନାଯୋଗ୍ୟ ଯେ ଉଭୟଙ୍କର ଏକ ଛୋଟ ଝିଅ ମଧ୍ୟ ଅଛି । ହେଲେ ଉଭୟ ବିବାହ କରି ନଥିଲେ ହେଲେ ଲିଭ୍ ଇନରେ ରହୁଥିବା ନେଇ ସୂଚନା ରହିଛି ।

 Meloni splits

ଏସଏଫଏଇ ମିଡିଆ ଗ୍ରୁପର ମାଲିକାନାରେ ଚାଲିଥିବା ମିଡିଆ ସେଟରେ ଗୋଟିଏ ନ୍ୟୁଜ୍ କାର୍ଯ୍ୟକ୍ରମରେ ଉପସ୍ଥାପକ ଭାବେ କାର୍ଯ୍ୟ କରନ୍ତି ଜିଆମବ୍ରୁନୋ । ଚଳିତ ସପ୍ତାହ ପ୍ରସାରିତ ଟିଭି କାର୍ଯ୍ୟକ୍ରମରେ ସେ ଆପତ୍ତିଜନକ ଶଦ୍ଦ ବ୍ୟବହାର କରିଥିଲେ । ଏହା ସହ ଚ୍ୟାନେଲର ମହିଳା ସହକର୍ମୀଙ୍କ ପ୍ରତି ଖରାପ ଆଚରଣ ପ୍ରଦର୍ଶନ କରିଥିଲେ । ଗୁରୁବାର ଦିନ ପ୍ରସାରିତ କାର୍ଯ୍ୟକ୍ରମରେ ଜିଆମବ୍ରୁନୋ ନିଜ ଅନୈତିକ ସମ୍ପର୍କ ବିଷୟରେ ସର୍ବସମ୍ମୁଖରେ ଗର୍ବ କରିଥିଲେ । ଏହା ସହ ସେ ଗୋଟିଲ ଗଣଦୁଷ୍କର୍ମ ମାମଲାକୁ ନେଇ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ବିବଦ ଲାଗି ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+