ବିଶ୍ୱର ପ୍ରଥମ ମହିଳା ଭାବେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କଲେ ମେଲାନିଆ ଟ୍ରମ୍ପ
ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଆଜି ନିଉୟର୍କରେ 'ଶିଶୁ ଏବଂ ସଂଘର୍ଷରେ ଶିକ୍ଷା' ଶୀର୍ଷକ ପ୍ରସଙ୍ଗ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ପ୍ରଥମଥର ପାଇଁ କୌଣସି ବିଶ୍ୱନେତାଙ୍କ ପତ୍ନୀ ୧୫ ସଦସ୍ୟ ବିଶିଷ୍ଟ ୟୁଏନ୍ଏସ୍ସି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

ବୈଠକ ସଂପର୍କରେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ୟୁଏନ୍ଏସ୍ସି ସଦସ୍ୟମାନଙ୍କୁ ମେଲାନିଆଙ୍କ ନିର୍ଣ୍ଣାୟକ ବାର୍ତ୍ତା ହେଉଛି- "ଶାନ୍ତି ଭଙ୍ଗୁର ହେବାର ଆବଶ୍ୟକତା ନାହିଁ ।" ଜାତିସଂଘ ସୁରକ୍ଷା ପରିଷଦ ବୈଠକକୁ ସମ୍ବୋଧିତ କରି ମେଲାନିଆ ଟ୍ରମ୍ପ କହିଛନ୍ତି ଯେ ସମସ୍ତ ସମାଜ ମଧ୍ୟରେ ଜ୍ଞାନ ଏବଂ ବୁଝାମଣାକୁ ସଂପୂର୍ଣ୍ଣ ମୂଲ୍ୟ ଦିଆଯିବା ଦ୍ୱାରା ସ୍ଥାୟୀ ଶାନ୍ତି ହାସଲ କରିହେବ । ଏକ ରାଷ୍ଟ୍ରର ନେତାମାନଙ୍କ ଦ୍ୱାରା ଶିକ୍ଷା ଉପରେ ରଖାଯାଇଥିବା ମୂଲ୍ୟ ସେମାନଙ୍କ ଦେଶର ବିଶ୍ୱାସ ବ୍ୟବସ୍ଥା ର ମୂଳକୁ ରୂପ ଦେଇଥାଏ ବୋଲି ମେଲାନିଆ ମତବ୍ୟକ୍ତ କରିଛନ୍ତି ।












Click it and Unblock the Notifications