ଲଦାଖରେ ଚୀନ୍ କ’ଣ କରୁଛି ଯୋଜନା ? ଲଦାଖର ଏହି ଅଞ୍ଚଳକୁ ନିଜ ଜିଲ୍ଲା ଘୋଷଣା କଲା ଚୀନ୍

ନୂଆଦିଲ୍ଲୀ : ଲଦାଖକୁ ନେଇ ଚୀନ୍‌ ପୁଣି ନୂଆ ଚାଲ୍‌ବାଜି ଆରମ୍ଭ କରିଛି । ହୋଟନ୍‌ ପ୍ରାନ୍ତରେ ଏହାର ଦୁଇ ନୂଆ ପ୍ରଦେଶ ଗଠନ କରିବାକୁ ଘୋଷଣା କରିଛି । ଏଥିରେ ଲଦାଖର କିଛି ଅଂଶକୁ ନିଜର ବୋଲି ଦର୍ଶାଇଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ । ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଚୀନ୍‌ ଯେଉଁ କ୍ଷେତ୍ରକୁ ଯୋଡ଼ି ନିଜର ନୂଆ ପ୍ରଦେଶ ଘୋଷଣା କରିଛି ସେଥିରେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଅଂଶ ରହିଛି ।

ଏଥିସହ ତିବ୍ଦତ କ୍ଷେତ୍ରରେ ବ୍ରହ୍ମପୁତ୍ର ନଦୀରେ ଡ୍ୟାମ୍‌ ନିର୍ମାଣ ପାଇଁ ଚୀନ୍‌ର ନିଷ୍ପତ୍ତି ଉପରେ ମଧ୍ୟ ଭାରତ ଚିନ୍ତା ପ୍ରକଟ କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୈୟସ୍ୱାଲ କହିଛନ୍ତି " ଚୀନ ଏହାର ହୋଟାନ ଅଞ୍ଚଳରେ ଦୁଇଟି ଜିଲ୍ଲାର ନାଁ ଘୋଷଣା କରିଛି ବୋଲି ଆମେ ଜାଣିବାକୁ ପାଇଛୁ। ଏହି ତଥାକଥିତ ଦୁଇଟି ଜିଲ୍ଲାର କିଛି ଅଂଶ ଭାରତର ଲଦାଖ ଭୂସୀମା ପରିସରରେ ଆସୁଛି। ଭାରତର ଲଦାଖ ସୀମାକୁ ଚୀନର ବେଆଇନ କବ୍ଜାକୁ ଭାରତ କେବେ ବି ଗ୍ରହଣ କରିପାରିବ ନାହିଁ।"

india china

ଜୟସ୍ୱାଲ ଆହୁରି କହିଛନ୍ତି "ନୂତନ ଜିଲ୍ଲା ଗଠନ ଏହି ଅଞ୍ଚଳର ଆମର ସାର୍ବଭୌମତ୍ୱ ସମ୍ବନ୍ଧରେ ଭାରତର ଦୀର୍ଘ ଦିନର ତଥା ସ୍ଥିର ସ୍ଥିତିକୁ ପ୍ରଭାବିତ କରିବ ନାହିଁ, କିମ୍ବା ଚୀନ୍‌ର ବେଆଇନ ତଥା ଜବରଦଖଲକୁ ଆଇନଗତ କରିବ ନାହିଁ। ତେବେ ଏନେଇ ଆମେ କୂଟନୈତିକ ସ୍ତରରେ ଆମେ ଚୀନ୍ ସମ୍ମଖୁରେ ବିରୋଧ ଜଣାଇଛୁ। ସେହିପରି ଚୀନ ନିର୍ମାଣ କରୁଥିବା ହାଇଡ୍ରୋପାୱାର ପ୍ରୋଜେକ୍ଟ ବିଷୟରେ ମଧ୍ୟ ଭାରତ ଅବଗତ ରହିଛି ବୋଲି ଜୟସ୍ୱାଲ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+