ମ୍ୟାକଡୋନାଲ୍ଡ ବର୍ଗର ଖାଇ ଜଣେ ମୃତ,୪୯ ଅସୁସ୍ଥ

ନୂଆଦିଲ୍ଲୀ; ଆମେରିକାରେ ପ୍ରସିଦ୍ଧ ଫୁଡ୍‌ ଚେନ୍‌ 'ମ୍ୟାକଡୋନାଲ୍ଡ'। ତାହାରି ବର୍ଗର ଖାଇବା ପରେ କାରଣରୁ ଇ.କୋଲି ବ୍ୟାକ୍ଟେରିଆର ସଂକ୍ରମଣ ବ୍ୟାପିଗଲା। ଏହି କାରଣରୁ ୧୦ଟି ରାଜ୍ୟରେ ଅତି କମରେ ୪୯ ଜଣ ଲୋକ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଦେଇ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ସଂକ୍ରମିତ ୧୦ ଜଣଙ୍କୁ ଡାକ୍ତରକାନାରେ ଭର୍ତ୍ତି କରାଯାଇଛି ।ଆମେରିକାରେ ପ୍ରସିଦ୍ଧ ଫୁଡ୍‌ ଚେନ୍‌ ମ୍ୟାକଡୋନାଲ୍ଡ ବର୍ଗର ଖାଇବା ପରେ ଅସୁସ୍ଥ ହେବା ମାମଲା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ବର୍ଗର ଖାଇବା ପରେ ଆମେରିକାରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦଶରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହାପରେ କମ୍ପାନୀ ବର୍ଗର ବିକ୍ରି ଉପରେ କିଛି ସମୟ ପାଇଁ ବ୍ୟାନ୍‌ ଲଗାଇଛି।

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି ଯେ ଏହି ମାମଲା ମ୍ୟାକଡୋନାଲ୍ଡର ବର୍ଗର କ୍ୱାର୍ଟର ପାଉଣ୍ଡର ହାମବର୍ଗ ସହିତ ଜଡିତ। ଗୁରୁତର ବ୍ୟକ୍ତିଙ୍କ ଠାରେ ଇ.କୋଲି ନାମକ ଭାଇରସ ଚିହ୍ନଟ ହୋଇଛି। ସଂକ୍ରମଣ ହେତୁ ବର୍ତ୍ତମାନ ଦଶ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ଯେଉଁଥିରୁ ଗୋଟିଏ ଶିଶୁର ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି ଯେ ବର୍ଗର ଖାଇବା ପରେ ସଂକ୍ରମଣ ହେତୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଅନୁସନ୍ଧାନରୁ ଜଣାପଡିଛି ସଂକ୍ରମିତ ଲୋକମାନେ ମ୍ୟାକଡୋନାଲ୍ଡର କ୍ୱାର୍ଟର ପାଉଣ୍ଡର ହେମବର୍ଗର୍ ଖାଇଥିଲେ। ତେବେ ସଂକ୍ରମଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ବର୍ଗରରେ ବ୍ୟବହୃତ କଟା ପିଆଜ ଏବଂ ଗୋ-ମାଂସ ପ୍ୟାଟି ଉପରେ ଅନୁସନ୍ଧାନ ଚାଲିଛି।

McDonald s Burgers

ତଦନ୍ତ ଶେଷ ହେବା ଯାଏ ମ୍ୟାକଡୋନାଲ୍ଡର ରେଷ୍ଟୁରାଣ୍ଟରୁ ଏହି ଦୁଇଟି ଜିନିଷର ବ୍ୟବହାର ଉପରେ ବ୍ୟାନ୍‌ ଲଗାଯାଇଛି। ସୂଚନା ଥାଉକି, ଇ. କୋଲିରେ ସଂକ୍ରମିତରେ ହୋଇଥିବା ବ୍ୟକ୍ତିଙ୍କ ଠାରେ ପ୍ରବଳ ଜ୍ୱର, ଝାଡ଼ା, ବାନ୍ତି ଭଳି ସମସ୍ୟା ଦେଖିବାକୁ ମିଳେ। ଏହାର ଲକ୍ଷଣ ସାଧାରଣତଃ ତିନିରୁ ଚାରି ଦିନ ରୁହେ। ଅଧିକାଂଶ କ୍ଷେତ୍ରରେ ସଂକ୍ରମିତ ବ୍ୟକ୍ତି ନିଜେ ସୁସ୍ଥ ହୋଇ ଯାଇଥାନ୍ତି, କିନ୍ତୁ କେତେକ ମାମଲା ଗୁରୁତର ହୋଇପାରେ ଏବଂ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+