ଇସ୍ରାଏଲର ବଡ଼ ଧରଣର ଆକ୍ରମଣ; ଧ୍ୱଂସ ହେଲା ଇରାନର ସରକାରୀ ଟିଭି କେନ୍ଦ୍ର
ଧ୍ୱଂସ ହେଲା ଇରାନର ସରକାରୀ ଟିଭି କେନ୍ଦ୍ର । ଇରାନର ସରକାରୀ ଟିଭି ଚ୍ୟାନେଲ ମୁଖ୍ୟାଳୟ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ । ତେହେରାନରେ ଥିବା ଇରାନର ସରକାରୀ ପ୍ରସାରଣ କେନ୍ଦ୍ର (IRIB) କୁ ବୋମାମାଡ଼ କରି ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି ଇସ୍ରାଏଲ ସେନା । ଏହି ସ୍ଥାନକୁ ଇରାନର ସେନା ମିଲିଟାରୀ କାର୍ଯ୍ୟକଳାପ ଏବଂ ପ୍ରଚାର ପାଇଁ ବ୍ୟବହାର କରୁଥିଲା । ଇସ୍ରାଏଲ କହିଛି , ଏହି ବିଲଡିଂଟି କେବଳ ଏକ ଟିଭି ଷ୍ଟେସନ ନୁହେଁ ବରଂ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଯୋଗାଯୋଗର ଏକ ମୁଖ୍ୟ କେନ୍ଦ୍ର ଥିଲା ।

ତେବେ ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ସାଧାରଣ ଲୋକଙ୍କୁ ସେହି ସ୍ଥାନ ଛାଡ଼ି ପଳାଇବାକୁ ଚେତାବନୀ ଦେଇଥିଲା । ତେବେ ଅନେକ ବିଲଡିଂରେ ନିଆଁ ଲାଗିଯିବା ସହ କିଛି କର୍ମଚାରୀ ମୃତାହତ ହୋଇଥିବା ଖବର ମିଳିଛି । ବୋମାମାଡ଼ ଯୋଗୁଁ ଟିଭି ପ୍ରସାରଣ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା । ଏହି ସମୟରେ ଇରାନର ଚ୍ୟାନେଲଗୁଡ଼ିକୁ ହ୍ୟାକ୍ କରାଯାଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ସନ୍ଦେଶ ମଧ୍ୟ ପ୍ରସାରିତ କରାଯାଇଥିଲା ।
-
ଆମେରିକାକୁ ଖୋଲା ଚେତାବନୀ ଦେଲା ଇରାନ, କହିଲା ଯୁଦ୍ଧ କେବେ ବନ୍ଦ ହେବ ଆମେ କହିବୁ -
ଶକ୍ତିଶାଳୀ ବିସ୍ଫୋରଣରେ କମ୍ପି ଉଠିଲା ତେହେରାନ, ଲେବାନନରେ ୮୩ ଜଣ ଶିଶୁଙ୍କ ମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ତୈଳ ଯୋଗାଣରେ ବାଧା ହେଲେ ଆକ୍ରମଣ ତୀବ୍ର ହେବ, ଇରାନକୁ କଡ଼ା ଚେତାବନୀ ଦେଲେ ଡୋନାଲ୍ଡ ଟ୍ରମ୍ପ୍, -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications